ଅଘଟଣ: କଟକ ରେ କୋଠା ଭୁଷୁଡି ତିନି ମୃତ, ତିନି ଗୁରୁତର

କଟକ ସଦର,୦୮/୧୧/୨୦୨୫ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା) କଟକ ସହରର ବକ୍ସି ବଜାର ମଣି ସାହୁ ଛକ ଅଞ୍ଚଳରେ ଆଜି ଶନିବାର ସନ୍ଧ୍ୟା ପ୍ରାୟ ୫ଟା ୧୫ ରେ ଏକ ପୁରୁଣା କୋଠା ଭୁଷୁଡି ପଡିବା ଫଳରେ ନିକଟରେ ଥିବା ବସ୍ତିର ତିନି ଜଣ ଙ୍କର ମୃତ୍ୟୁ ଘଟିଥିଲା ବେଳେ ତିନି ଜଣ ଗୁରୁତର ଙ୍କୁ ଚିକିତ୍ସା ପାଇଁ ବଡ଼ ମେଡ଼ିକାଲକୁ ପଠାଯାଇଥିବା ଜଣାପଡିଛି। ଆହତଙ୍କ ମଧ୍ୟରେ ଜଣେ ମହିଳା ରହିଛନ୍ତି।

ମୃତକଙ୍କ ମଧ୍ୟରେ ଜଣେ ଶିଶୁ ଅଛି। ମୃତକ ହେଲେ ଅବଦୁଲ ଜଲିଲ, ଅବଦୁଲ ଜାହିଦ ଓ ଅବଦୁଲ ମୁଜାହିଦ। ଏକ ଆପାର୍ଟମେଣ୍ଟର ବାଲକୋନୀ ଛାତ ଭୁଶୁଡ଼ି ଠିକ ତଳେ ଥିବା ଏକ ଆଜବେଷ୍ଟସ ଘର ଉପରେ ପଡ଼ିଥିଲା। ସହର ମଧ୍ୟରେ ଏଭଳି ବିପଦପୂର୍ଣ୍ଣ କୋଠାକୁ କିପରି ରଖାଯାଇଥିଲା ତାକୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ମୃତ ଓ ଆହତ ଙ୍କୁ ସରକାରୀ ସହାୟତା ଯୋଗାଇ ଦେବାକୁ ଦାବି ହେଉଛି।

Leave a Reply

Your email address will not be published. Required fields are marked *