କେନ୍ଦ୍ରାପଡାରେ ବନ୍ଦେ ମାତରମ୍ ର ସାମୁହିକ ଗାନ ଓ ସ୍ୱଦେଶୀ ଶପଥ ପାଠ

କେନ୍ଦ୍ରାପଡ଼ା,୦୭/୧୧/୨୦୨୫(ଓଡ଼ିଶା ସମାଚାର)-ଚନ୍ଦ୍ର ଚଟ୍ଟୋପାଧ୍ୟାୟଙ୍କ ଦ୍ୱାରା ରଚିତ ରାଷ୍ଟ୍ରଗୀତ ବନ୍ଦେ ମାତରମର ୧୫୦ ବର୍ଷ ପୂର୍ତି ଅବସରରେ କେନ୍ଦ୍ରାପଡ଼ା ଜିଲାପାଳଙ୍କ କାର୍ଯ୍ୟାଳୟ ସ୍ଥିତ ସଦଭାବନା ସଭାଗୃହରେ ଜିଲାପାଳ ରଘୁରାମ ଆର. ଆୟରଙ୍କ ସମେତ ଅତିରିକ୍ତ ଜିଲାପାଳ, ଜିଲା ସ୍ତରୀୟ ଅଧିକାରୀ ଓ କର୍ମଚାରୀମାନେ ଉପସ୍ଥିତ ରହି ସାମୁହିକ ବନ୍ଦେ ମାତରମ ଗାନ କରିଛନ୍ତି ।

ଏହାସହିତ ସମସ୍ତ ବିଡ଼ିଓ, ତହସିଲଦାର ଏବଂ ଅନ୍ୟ ସମସ୍ତ କାର୍ଯ୍ୟାଳୟରେ ସାମୁହିକ ଗାନ କରାଯାଇଛି । ଏଥିସହିତ ଜିଲାପାଳ ସମସ୍ତଙ୍କୁ ସ୍ୱଦେଶୀ ଶପଥ ପାଠ କରାଇଥିଲେ । ସ୍ୱଦେଶୀ ଉତ୍ପାଦ ବ୍ୟବହାର ଉପରେ ପ୍ରାଥମିକତା ଏବଂ ଆଜିର ଯୁବପିଢ଼ି ଏବଂ ପିଲାମାନଙ୍କୁ ସ୍ୱଦେଶୀ ଗ୍ରହଣ କରିବାକୁ ପ୍ରେରଣା ଏବଂ ପରବର୍ତୀ ପିଢ଼ିକି ଏହାର ଗୁରୁତ୍ୱ ଜଣାଇବା ଇତ୍ୟାଦି ବିଷୟ ଶପଥ ପାଠରେ ଉଲ୍ଲେଖ ରହିଥିଲା ।

“ବନ୍ଦେ ମାତରମ’୧୫୦ ବର୍ଷ ପୂର୍ତି ଅବସରରେ ଦିଲୀଠାରେ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ ସହ ଅନ୍ୟ କାର୍ଯ୍ୟକ୍ରମକୁ ସିଧାପ୍ରସାରଣ କରାଯାଇଥିଲା । ଜିଲା ସଂସ୍କୃତି ଅଧିକାରୀ ତ୍ରିଭୁବନ ଜୟସିଂଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଏହି ସମସ୍ତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।

Leave a Reply

Your email address will not be published. Required fields are marked *