ନେମାଳ,୦୬/୦୮/୨୦୨୬ (ଓଡିଶା ସମାଚାର / ଅଭୟ ଜେନା )ସ୍ୱାମୀ ର ଟାଙ୍ଗିଆ ଚୋଟରେ ସ୍ତ୍ରୀ ମୃତ। ଏଭଳି ଅଭାବନିୟ ଘଟଣା ଘଟିଛି କଟକ ଜିଲ୍ଲା ନେମାଳ ଥାନା ବନ୍ଧକାଟିଆ ପଞ୍ଚାୟତ ସହଦେବପୁର ଗାଁ ରେ । ଏହି ଗାଁ ର ଶୈଳେନ୍ଦ୍ର ମଳିକ ଗତକାଲି ବିଳମ୍ବିତ ରାତି ଅର୍ଥାତ ପ୍ରାୟ ରାତି ୨ଟା ରେ ସ୍ତ୍ରୀ ରୋଜାଲିନ କୁ ଟାଙ୍ଗିଆ ରେ ତାହାର କାନ ମୁଣ୍ଡରେ ନିର୍ମମ ଭାବେ ଆକ୍ରମଣ କରିଥିଲା। ଫଳରେ ସ୍ତ୍ରୀ ରୋଜାଲିନ ର ମୃତ୍ୟୁ ହୋଇଛି । 

ଉିଳିଥିବା ସୂଚନା ମୁତାବକ ସ୍ୱାମୀ ସ୍ତ୍ରୀ ରାତିରେ ନିଜ ବେଡ଼ ରୁମ ରେ ଶୋଇଥିବା ସମୟରେ ହଠାତ ସ୍ୱାମୀ ସ୍ତ୍ରୀ ଙ୍କ ମଧ୍ୟରେ ବଚସା ହୋଇଥିଲା। ଉତକ୍ଷିପ୍ତ ହୋଇ ଘରୁ ଟାଙ୍ଗିଆ ବାହାର କରି ସ୍ତ୍ରୀ କୁ ଆକ୍ରମଣ କରିଥିଲା ସ୍ୱାମୀ ସୈଳେନ୍ଦ୍ର। ଅନ୍ୟ ଘରେ ବାପା ବୋଉ ଏବଂ ଭାଇ ଶୋଇଥିଲାବେଳେ କବାଟ ବାଡେଇବା ସହ ଅନ୍ୟ ସଦସ୍ୟ ମାନଙ୍କୁ ହାଣିବ ବୋଲି କହିବା ସହିତ ଘରୁ ବାହାରକୁ ଯାଇ ଫେରାର ହୋଇଯାଇଛି। ଅନ୍ୟପଟେ ରୋଜାଲିନ ଙ୍କ ପରିବାର ଲୋକ ଏହି ହତ୍ୟାକାଣ୍ଡ ରେ ଶୈଳେନ୍ଦ୍ର ଙ୍କ ପରିବାର ଲୋକ ସାମିଲ ଥିବା ଅଭିଯୋଗ କରିଛନ୍ତି । 

ହେଲେ ଶୈଳେନ୍ଦ୍ର ଙ୍କ ବାପା ମା ଏହି ଘଟଣା ଏକ ଆକସ୍ମିକ ଏବଂ ହତ୍ୟା ର କାରଣ ସେ ଜାଣିନାହାନ୍ତି ବୋଲି ସଫେଇ ଦେଇଛନ୍ତି। ଗତ ୨ମାସ ତଳେ ଶୈଳେନ୍ଦ୍ର ଅହମଦାବାଦ ରେ କମ୍ପାନୀ ଚାକିରୀ ଛାଡି ଗାଁକୁ ଆସିଥିଲେ ଓ କେନ୍ଦ୍ରାପଡ଼ା ସଦର ଥାନା ଅଞ୍ଚଳ ର ନାନକାର ଗାଁ ର ରୋଜାଲିନ ଙ୍କୁ ବିବାହ କରିଥିଲେ। ସ୍ୱାମୀ ସ୍ତ୍ରୀ ମଧ୍ୟରେ ସୁସମ୍ପର୍କ ଥିଲେ ହେଁ ହଠାତ ଏଭଳି ହତ୍ୟା କୁ ନେଇ କାରଣ ଖୋଜୁଛି ନେମାଳ ପୋଲିସ। ରୋଜାଲିନ ଙ୍କ ଶବ ବ୍ୟବଛେଦ ଏବଂ ଅଭିଯୁକ୍ତ ଶୈଳେନ୍ଦ୍ର ଧରାପଡିଲେ ସତ୍ୟାସତ୍ୟ ଜଣାପଡିବ ବୋଲି ନେମାଳ ପୋଲିସ ସୂଚନା ଦେଇଛି।
