ପଦ୍ମ ସମ୍ମାନରେ ସମ୍ମାନିତ ଓଡିଶାର କୃତୀ ସନ୍ତାନ ମାନଙ୍କୁ ମାସକୁ ଦିଆଯିବ ୨୫ ହଜାର ଟଙ୍କା ସମ୍ମାନ  ରାଶି

                                                                  ଅପ୍ରେଲ ୨୦୨୪ରୁ ପ୍ରଦାନ କରାଯିବ

 ଭୁବନେଶ୍ୱର,୧୩/୦୩/୨୦୨୪ (ଓଡ଼ିଶା ସମାଚାର/ରଜତ ମହାପାତ୍ର)-  ପଦ୍ମ ପୁରସ୍କାର ଦେଶର   ଗୌରବମୟ ବେସାମରିକ ସମ୍ମାନ । ବିଭିନ୍ନ କ୍ଷେତ୍ରରେ ଦେଶକୁ ଗୌରବାନ୍ବିତ କରିଥିବା ବ୍ୟକ୍ତିବିଶେଷଙ୍କୁ  ଏହି  ସମ୍ମାନ ମିଳିଥାଏ।   ପଦ୍ମ ପୁରସ୍କାରପ୍ରାପ୍ତ କୃତୀ ସନ୍ତାନ ମାନେ ସେମାନଙ୍କ ପ୍ରତିଭା ଓ ସେବା କାର୍ଯ୍ୟ  ଦ୍ୱାରା ଓଡିଶାର ଗୌରବ ବୃଦ୍ଧି କରିଛନ୍ତି ।

ସମାଜକୁ ସେମାନଙ୍କ ବଳିଷ୍ଠ ଅବଦାନର ସ୍ବୀକୃତି ସ୍ବରୂପ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ସେମାନଙ୍କ ସମ୍ମାନାର୍ଥେ ମାସକୁ ୨୫ ହଜାର ଟଙ୍କା ଲେଖାଏ ଅର୍ଥ ସମ୍ମାନ ରାଶି ପ୍ରଦାନ କରିବା ପାଇଁ ନିଷ୍ପତ୍ତି ଗ୍ରହଣ କରିଛନ୍ତି । ଚଳିତ ବର୍ଷ ଅପ୍ରେଲ ମାସ ଠାରୁ ଏହି  ସମ୍ମାନ  ରାଶି ପ୍ରଦାନ କରାଯିବ।

Leave a Reply

Your email address will not be published. Required fields are marked *