ନିଶ୍ଚିନ୍ତକୋଇଲି, ୦୭/୧୧/୨୦୨୫ (ଓଡିଶା ସମାଚାର /ଅଭୟ ଜେନା )ପୁଣ୍ୟ ଓ ପବିତ୍ର କାର୍ତ୍ତିକ ମାସରେ ଉତ୍କଳର ଅଧିକାଂଶ ମଠ, ମନ୍ଦିର ଏବଂ ଗାଁ’ ଗଣ୍ଡାରେ ଭାଗବତ ପାରାୟଣ ଓ ଶରଦ ରାସ ବେଶ ଆନନ୍ଦ ଉତ୍ସାହର ସହିତ ଆୟୋଜିତ ହୋଇ ଯାଇଛି ।
ନିଶ୍ଚିନ୍ତକୋଇଲି ବ୍ଲକ ମହାନଦୀ ଚିତ୍ରୋତ୍ପଳା ଦ୍ବି୍ପାଞ୍ଚଳ ଅନ୍ତର୍ଗତ ଜନାର୍ଦ୍ଦନପୁର ରାଧାମାଧବ ମଠ ପରିସରରେ ଶରଦ ରାସ, ଭାଗବତ ପରାୟଣ ଓ ଛାଡ଼ଖାଇ ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି । ଅଁଳା ନବମୀ ଠାରୁ ଆରମ୍ଭ ହୋଇଥିବା କାର୍ଯ୍ୟକ୍ରମ ଛାଡ଼ଖାଇ ପାଳନ ପରେ ପରିସମାପ୍ତି ଘଟିଛି । ମହନ୍ତ ବିପ୍ରଚରଣ ଦାସ ଙ୍କ ତତ୍ୱାବଧାନ ରେ ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ପ୍ରତ୍ୟହ ଭଜନ ସଂକୀର୍ତନ ସହ ପାଲା ଗାୟକଙ୍କ ଦ୍ୱାରା ପାଲା ପରିବେଷଣ କରାଯାଇଥିଲା।
