କଟକ ସଦର,୦୫/୧୧/୨୦୨୫ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): କଟକ ସଦର ତଥା ନିଶ୍ଚିନ୍ତକୋଇଲି ବ୍ଲକ ଅନ୍ତର୍ଗତ ସିର୍ଲୋ ଵରହମପୁର ଲକ୍ଷ୍ମୀ ନାରାୟଣ ମନ୍ଦିର ନିକଟରେ ସନାତନୀ ସେନା ଓ ଉତ୍କଳ ବିକାଶ ପରିଷଦ ପକ୍ଷରୁ ଆୟୋଜିତ ତିନିଦିନିଆ ୩୩ ତମ ଆଞ୍ଚଳିକ ବୋଇତ ବନ୍ଦାଣ ଉତ୍ସବ ଓ ତଥା ଶ୍ରୀମଦ୍ ଭଗବତ କଥା ମହୋତ୍ସବ ଆଜି ବୁଧବାର କାର୍ତ୍ତିକ ପୂର୍ଣ୍ଣିମାରେ ଉଦଯାପିତ ହୋଇଯାଇଛି।

ଉଦଯାପନ ଦିବସରେ କଟକ ଲୋକସଭା ସାଂସଦ ଭର୍ତୃହରି ମହତାବ ଓ କଟକ ସଦର ବିଧାୟକ ଇଂ ପ୍ରକାଶ ଚନ୍ଦ୍ର ସେଠୀ ଯୋଗଦେଇ ମହାନଦୀ ରେ ବୋଇତ ଭସାଇ ଆୟୋଜିତ ସଭାରେ ଯୋଗ ଦେଇ ଅତୀତର ନୈ। ବାଣିଜ୍ୟ କୁ ସ୍ମରଣ କରି ଆଜିର ବୋଇତ ଭସାଣ ସମ୍ପର୍କରେ ଆଲୋକପାତ କରିଥିଲେ।
ଏଥିରେ ଅନ୍ୟମାନଙ୍କ ମଧ୍ୟରେ ସନାତନୀ ସେନାର ସଭାପତି ସମୀର କୁମାର ପଣ୍ଡା,ସିନେ ଷ୍ଟାର ସବ୍ୟସାଚୀ ମହାପାତ୍ର , ହାସ୍ୟ ଅଭିନେତା ପ୍ରଜ୍ଞା ଖଟୁଆ, ଯୁବ ସମାଜସେବୀ ସ୍ଵରୁପ ସୁମନ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ।

