ସାଲେପୁର,୩୦/୦୯/୨୦୨୬ (ଓଡିଶା ସମାଚାର /ଅଭୟ ଜେନା) ସାଲେପୁର ବ୍ଲକ ଚନ୍ଦ୍ରାଦେଇପୁର ୩ନଂ ଅଙ୍ଗନବାଡି କେନ୍ଦ୍ର ରେ ଆଙ୍ଗନ କା ଉତ୍ସବ ତିନି ଦିନ ଧରି ପାଳିତ ହୋଇଯାଇଛି। ଅଙ୍ଗନବାଡ଼ି କେନ୍ଦ୍ରର କର୍ମୀ ସ୍ୱପ୍ନାଞ୍ଜଳୀ ପ୍ରହରାଜ ଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ପ୍ରଥମ ଦିନରେ ଅଭିଭାବକ ମାନଙ୍କ ମଧ୍ୟରେ ଖାଦ୍ୟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା।
ଏଥିରେ ୧୬ ଜଣ ପ୍ରତିଯୋଗୀ ବିଭିନ୍ନ ପ୍ରକାର ସୁସ୍ୱାଦୁ ପିଠା ଓ ପୃଷ୍ଟିକର ଖାଦ୍ୟ ପ୍ରସ୍ତୁତ କରି ଭାଗ ନେଇଥିଲେ।ବିଚାରକ ଭାବେ ଅଙ୍ଗନବାଡି ମାତୃ କମିଟିର ସଭାପତି ରେଣୁବାଳା ଜେନା, ସଭ୍ୟ ବେବିନା ବିଶ୍ୱାଳ,ଶ୍ରଦ୍ଧାଞ୍ଜଳୀ ପଣ୍ଡା ଯୋଗ ଦେଇ ପ୍ରଥମ ଭାବେ ସନ୍ତୋଷ କୁମାର ସେଠୀ, ଦ୍ଵିତୀୟ ଭାବେ ପୂର୍ଣଚନ୍ଦ୍ର ସାହୁ, ତୃତୀୟ ଭାବେ ରବୀନ୍ଦ୍ର କୁମାର ସାହୁ ଙ୍କୁ ଚୟନ କରିଥିଲେ।ସେହିପରି ଦ୍ଵିତୀୟ ଦିନରେ ଶିଶୁ ମାନଙ୍କ ମଧ୍ୟରେ ଏକକ ଅଭିନୟ ଓ ଚିତ୍ରାଙ୍କନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା।
ତୃତୀୟ ତଥା ଉଦଯାପନି ଦିବସରେ ଅତିଥୀ ଭାବେ ସାଲେପୁର ବିଜେପି ମଣ୍ଡଳ ସଭାପତି ଅସିତ ମହାନ୍ତି, ସାଧାରଣ ସମ୍ପାଦକ ବିଜୟ କେତନ ଜେନା, ଚନ୍ଦ୍ରାଦେଇ ପୁର ପଞ୍ଚାୟତ ବିଜେପି ସଭାପତି ସନ୍ତୋଷ କୁମାର ଭୂୟାଁ,ସଙ୍ଗଠକ ରବୀନ୍ଦ୍ର କୁମାର ବେହେରା, ଦିଲ୍ଲୀପ କୁମାର ଦାଶ ଯୋଗ ଦେଇ ପିଠା ପ୍ରତିଯୋଗିତାରେ ୧ମ, ୨ୟ ଓ ୩ୟ ସ୍ଥାନ ଅଧିକାର କରିଥିବା ଅଭିଭାବକ ମାନଙ୍କୁ ଫଳ ଝୁଡ଼ି ଦେଇ ପୁରସ୍କୃତ କରିବା ସହିତ ସମସ୍ତ ଶିଶୁ ମାନଙ୍କୁ ସାନ୍ତ୍ବନା ମୂଳକ ପୁରସ୍କାର ପ୍ରଦାନ କରିବା ସହିତ ଅଙ୍ଗନବାଡି କେନ୍ଦ୍ରର କର୍ମୀ ସ୍ୱପ୍ନାଞ୍ଜଳୀ ପ୍ରହରାଜ, ସହାୟିକା ମଞ୍ଜୁଲତା ସିଂ ଏବଂ ଆଶାକର୍ମୀ ସଂଯୁକ୍ତା ମଲ୍ଲିକ ଙ୍କୁ ଉତ୍ତରୀୟ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରିଥିଲେ।
