ମା’ଥାନପତୀ ଭଜନ ଅନୁଷ୍ଠାନର ସଂଗୀତ ସମାରୋହ

କେନ୍ଦ୍ରାପଡ଼ା,୩୦/୦୯/୨୦୨୬ (ଓଡ଼ିଶା ସମାଚାର)- କେନ୍ଦ୍ରାପଡା ସହର ଉପକଣ୍ଠ କଷୋଟିସ୍ଥିତ ମା’ଥାନପତୀ ଭଜନ ଅନୁଷ୍ଠାନ ପକ୍ଷରୁ ବିଶିଷ୍ଟ ସମାଜସେବୀ ତଥା ରତ୍ନାକର ହାଇସ୍କୁଲର ପୂର୍ବତନ ସଭାପତି ସ୍ୱର୍ଗତ କାହ୍ନୁ ଚରଣ ପଲାଇଙ୍କ ପ୍ରଥମ ବାର୍ଷିକ ଶ୍ରାଦ୍ଧୋତ୍ସବରେ ସଂଗୀତ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନର କଣ୍ଠଶିଳ୍ପୀ ଗଗନବିହାରୀ ସିଂହ, କ୍ଷୀରୋଦ କୁମାର ନାଥ, ନରହରୀ ସେଠୀ, ଶ୍ରୀଚରଣ ମଲ୍ଲିକ ଓ କାଳନ୍ଦି ଖୁଂଟିଆ ପ୍ରମୁଖ ଭଜନ ପରିବେଷଣ କରି ଶ୍ରୋତାମାନଙ୍କୁ ମନ୍ତ୍ରମୁଗ୍ଧ କରିଦେଇଥିଲେ ।

ତବଲାରେ ମାଷ୍ଟର ଇନ୍ଦ୍ରମଣୀ ପଣ୍ଡା, ଭକ୍ତିରଞ୍ଜନ ପ୍ରଧାନ ଓ ୟାମାରେ ପ୍ରଫୁଲ୍ଲ ଚନ୍ଦ୍ର ଜେନା ପ୍ରମୁଖ ସହଯୋଗ କରିଥିଲେ । ପଲେଇ ପରିବାର ପକ୍ଷରୁ ପୁତ୍ର ଦିଲ୍ଲିପ କୁମାର ପଲେଇ ଓ ଦୀପକ କୁମାର ପଲେଇ ଶିଳ୍ପୀମାନଙ୍କୁ ଉପଢୈାକନ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରିଥିଲେ । ଶେଷରେ ସରୋଜକାନ୍ତ ପଲେଇ ଧନ୍ୟବାଦ ଅର୍ପଣ କରିଥିଲେ ।

Leave a Reply

Your email address will not be published. Required fields are marked *