ଜିଏସଟି ସର୍ବକ୍ଷମା ଯୋଜନା କର୍ମଶାଳା

କେନ୍ଦ୍ରାପଡ଼ା, ୧୮/୦୧/୨୦୨୫ (ଓଡ଼ିଶା ସମାଚାର)- କେନ୍ଦ୍ରାପଡାସ୍ଥିତ ନିୟନ୍ତ୍ରିତ ବଜାର କମିଟି ସଭାଗୃହରେ ଜି.ଏସ.ଟି.ସର୍ବକ୍ଷମା ଯୋଜନାର ଏକ ସଚେତନତା କର୍ମଶାଳା ଶନିବାର ଅନୁଷ୍ଠିତ ହୋଇଯାଇଛି । କର୍ମଶାଳାରେ ଜି. ଏସ୍. ଟି ବିଭାଗର ଅତିରିକ୍ତ ଆୟୁକ୍ତ ମୁକ୍ତି ରଞ୍ଜନ ଆଚାର୍ଯ୍ୟ, ଯୁଗ୍ମ ଆୟୁକ୍ତ ରମେଶ କୁମାର ମଣ୍ଡଳ ଓ ଉପ ଆୟୁକ୍ତ ଅମରେନ୍ଦ୍ର ପ୍ରସାଦ ମହାଳିକ ପ୍ରମୁଖ ଉପସ୍ଥିତ ରହି ଏହି ସର୍ବକ୍ଷମା ଯୋଜନାର ଆଭିମୁଖ୍ୟ ଉପସ୍ଥାପନ କରିଥିଲେ । ୨୦୧୭-୧୮, ୨୦୧୮-୧୯ ଏବଂ ୨୦୧୯-୨୦ ଆର୍ଥôକ ବର୍ଷ ନିମନ୍ତେ ଜି.ଏସ.ଟି. ନିୟମ ଧାରା ୭୩ ଅନୁଯାୟୀ ନିର୍ଦ୍ଧାରିତ ଟିକସ ପରିମାଣକୁ ଦାଖଲ କଲେ ତା ଉପରେ ନିର୍ଦ୍ଧାରଣ କରାଯାଇଥିବା ସୁଧ ଏବଂ ଜୋରିମାନା ପରିମାଣ ସମ୍ପୂର୍ଣ୍ଣ ଛାଡ ହୋଇଯିବ ବୋଲି ଅଧିକାରୀଗଣ ମତବ୍ୟକ୍ତ କରିଥିଲେ । ଏହି କର୍ମଶାଳାରେ କେନ୍ଦ୍ରାପଡ଼ା ଟ୍ୟାକ୍ସବାର ଆସୋସିଏସନର ସଭାପତି ପରେଶ ଚନ୍ଦ୍ର ଦାସ, ଉପଦେଷ୍ଟା ଦୁର୍ଯେ୍ୟାଧନ ରଥ, ଆଡ଼ଭୋକେଟ ଏବଂ ବ୍ୟବସାୟୀ ଗଣ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *