ଶିକ୍ଷୟିତ୍ରୀ ଅସୀମା ଦେବଶ୍ରୀଙ୍କ ମହନୀୟତା

(ଶିକ୍ଷୟିତ୍ରୀ ଚାକିରୀର ପ୍ରଥମ ଦରମା ଵୃଦ୍ଧାଶ୍ରମ ଅସହାୟ ଅନ୍ତେବାସୀ ମାନଙ୍କ ପାଇଁ ପ୍ରଦାନ କଲେ )

ସାଲେପୁର, ୩୦/୦୯/୨୦୨୬ (ଓଡିଶା ସମାଚାର /ଅଭୟ ଜେନା )ସାଲେପୁର ବ୍ଲକ ଶିଶୁଆ ପଞ୍ଚାୟତ କଲ୍ୟାଣପୁର ବାଳିକା ଉଚ୍ଚ ବିଦ୍ୟାଳୟର ଶିକ୍ଷୟିତ୍ରୀ ଅସୀମା ଦେବଶ୍ରୀ ବିଶ୍ୱାଳଙ୍କ ମହାନତା ପାଇଁ ସବୁଆଡୁ ପ୍ରଶଂସାର ସୁଅ ଛୁଟୁଛି। ନୂଆ କରି ଶିକ୍ଷୟିତ୍ରୀ ଜୀବନ ଆରମ୍ଭ କରିଥିବା ଅସୀମା ତାଙ୍କର ପ୍ରଥମ ଦରମାକୁ ରାମକୃଷ୍ଣପୁର ପଂଚାୟତ ଏଲମାପୁର ସ୍ଥିତ ଦୁଃଖିଶ୍ୟାମ ଵୃଦ୍ଧାଶ୍ରମ ଅସହାୟ ଅନ୍ତେବାସୀଙ୍କୁ ପ୍ରଦାନ କରିଛନ୍ତି।

ଶିଶୁଆ ପଂଚାୟତ ସପନପୁର କଣ୍ଟାସାହି ଗ୍ରାମରେ ଘରକରି ରହୁଥିବା ଅଶୋକ କୁମାର ବିଶ୍ୱାଳ ଓ ଅଞ୍ଜଳୀ ସାହୁଙ୍କ ସୁପୁତ୍ରୀ ଅସୀମା ଦେବଶ୍ରୀ ବିଶ୍ୱାଳ। ଅସୀମା ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି ଭଗବାନ ମୋତେ ଦୁଇଟି ହାତ ଦେଇଛନ୍ତି। ଗୋଟିଏ ନିଜ ପାଇଁ ହେଲେ ଆଉ ଗୋଟିଏ ଅନ୍ୟକୁ ସାହାଯ୍ୟ ସହଯୋଗ ଓ ସେବା ଯୋଗାଇବା ପାଇଁ । ତେଣୁ ମୁଁ ଆଜି ନୁହେଁ ଜୀବନକାଳର ଶେଷ ପର୍ଯ୍ୟନ୍ତ ଅସହାୟ ମାନଙ୍କୁ ସହଯୋଗର ହାତ ବଢ଼ାଇବି । ଅସୀମାଙ୍କ ବାପା ଆଉ ମାଆ ଅସୀମାଙ୍କ ସହିତ ଦୁଃଖିଶ୍ୟାମ ଵୃଦ୍ଧାଶ୍ରମରେ ପହଂଚି ଅନ୍ତେବାସୀ ମାନଙ୍କୁ ନିଜ ହାତରେ ଖୁଆଇ ଭଲମନ୍ଦ ପଚାରି ବୁଝିବା ସହିତ ଝିଅର ସୁଚିନ୍ତାଧାରା ପାଇଁ ଆନନ୍ଦ ପ୍ରକାଶ କରିଛନ୍ତି ।

Leave a Reply

Your email address will not be published. Required fields are marked *