ଜଗତସିଂହପୁର ଜିଲ୍ଲା ର ମହୁଚାଷୀ ରାଜ୍ୟ ସ୍ତରୀୟ ସମ୍ମାନିତ

ଜଗତସିଂହପୁର, ୧୦/୧୨/୨୦୨୩ (ଓଡ଼ିଶା ସମାଚାର)- ଜଗତସିଂହପୁର ଜିଲ୍ଲାର ଏରସମା ବ୍ଲକ ର ପଏଦା ପଞ୍ଚାୟତ ବଳିଆକଣୀ ଗ୍ରାମର ମହୁ ଚାଷୀ ଅଶୋକ କୁମାର ଷଡଙ୍ଗୀ ରାଜ୍ୟସ୍ତରରେ  ତା ୦୨.୧୨.୨୦୨୩ ରିଖ ଦିନ ସମ୍ମାନିତ ହୋଇଛନ୍ତି। ଭୁବନେଶ୍ବର ସ୍ଥିତ ଓୟୁଏଟି ପରିସରରେ ଥିବା ବିଜୁ ପଟ୍ଟନାୟକ କନଫରେନ୍ସ  ହଲରେ ଅୟୋଜିତ ଫେଣାମହୁ ଉତ୍ପାଦନ ଉତ୍ସବ ରେ ଅଶୋକ ଙ୍କ ସମେତ ରାଜ୍ୟ ର ସମୁଦାୟ ୧୬ ଜଣ ମହୁଚାଷୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଓୟୁଏଟି ର କୁଳପତି ପ୍ରଫେସର ପ୍ରଭାତ କୁମାର  ରାଉଳ, ଏବଂ ମଞ୍ଚ ରେ ଉପସ୍ଥିତ ଉଚ୍ଚ ପଦସ୍ଥ ଅଧିକାରୀ ପ୍ରଫେସର ସଂଗ୍ରାମ କେଶରୀ ସ୍ଵାଇଁ , ପ୍ରଫେସର ପ୍ରସନ୍ନଜିତ୍ ମିଶ୍ର, ପ୍ରଫେସର ହୃଷୀକେଶ ପାତ୍ର, ପ୍ରଫେସର ଚିତ୍ତରଞ୍ଜନ ସତପଥୀ ଓ ଡକ୍ଟର ପ୍ରଭାସିନୀ ବେହେରା ପ୍ରମୁଖ ଅତିଥି ଭାବେ ଯୋଗ ଦେଇ  ମହୁଚାଷୀ ମାନଙ୍କୁ ସମ୍ମାନିତ କରିଥିଲେ। ଏହି ଅବସର ରେ ବି -ଟ୍ରଷ୍ଟ ଅଫ୍ ଓଡିଶା ପକ୍ଷରୁ ଟ୍ରଷ୍ଟରେ ସଦସ୍ୟ ଥିବା ସମସ୍ତ ମହୁଚାଷୀଙ୍କୁ ପରିଚୟ ପତ୍ର ପ୍ରଦାନ କରାଯାଇଥିଲା।ଉକ୍ତ କାର୍ଯ୍ୟକର୍ମ ରେ  ମହୁଚାଷ ର  ନୂଆ କୌଶଳ ରକ୍ଷଣ ବେକ୍ଷଣ ଓ ଅଧିକ ମହୁ ଅମଳ ସମ୍ପର୍କ ରେ ଆଲୋଚନା  କରାଯାଇ ଚାଷୀ ମାନଙ୍କୁ ଅବଗତ କରାଯାଇଥିଲା। ଶ୍ରୀ ଷଡଙ୍ଗୀ ୧୯୭୫ ମସିହା ରେ ମହୁଚାଷ ଆରମ୍ଭ କରିଥିଲେ ସେ ଜଣେ ପ୍ରଶିକ୍ଷକ ସରକାରୀ ଏବଂ ବେସରକାରୀ ମହୁଚାଷ କାର୍ଯ୍ୟକର୍ମ ରେ ଯୋଗ ଦେଇ ମହୁଚାଷୀ ମାନଙ୍କୁ ପ୍ରଶିକ୍ଷଣ ଦେଇଥାନ୍ତି ଏବଂ ତାଙ୍କର ମହୁଚାଷୀ ମାନଙ୍କ ପ୍ରତି ସହଯୋଗ ର ମନ ଭାବ ଥିବାରୁ ସେ ନିଜ ଜିଲ୍ଲା ଏବଂ ଅନ୍ୟ ଜିଲ୍ଲା ର ଅନେକ ମହୁଚାଷୀ ଶ୍ରୀ ଷଡଙ୍ଗୀଙ୍କର ପରାମର୍ଶ ନେଇ ମହୁଚାଷ ରେ ସଫଳ ହୋଇ ପାରିଛନ୍ତି।

Leave a Reply

Your email address will not be published. Required fields are marked *