କେନ୍ଦ୍ରାପଡ଼ା,୦୨/୧୧/୨୦୨୫(ଓଡ଼ିଶା ସମାଚାର)-ଏକ ବିଶେଷ ସୁତ୍ରରୁ ଖବର ପାଇ ଜିଲାପାଳଙ୍କ ନିର୍ଦେଶ କ୍ରମେ କେନ୍ଦ୍ରାପଡା ଅବକାରୀ ବିଭାଗ ପକ୍ଷରୁ ପଟ୍ଟାମୁଣ୍ଡାଇ ଆଦର୍ଶ ଥାନା ଅନ୍ତର୍ଗତ ବାଲିପଡା ଅଂଚଳରେ ଚଢାଉ କରାଯାଇ ନିମପୁର ଗ୍ରାମର ପିଂଟୁ ମଲିକ(୨୬)ଙ୍କ ଠାରୁ ୫୦ଗ୍ରାମ ଓଜନର ବ୍ରାଉନସୁଗାର ଏବଂ ମାଟିଆ ଗ୍ରାମର ଚନ୍ଦ୍ରକାନ୍ତ ମଲିକ(୩୮)ଙ୍କ ଠାରୁ ୩୦ଗ୍ରାମ ଓଜନର ବ୍ରାଉନସୁଗାର ଜବତ କରାଯିବା ସହ ସେମାନଙ୍କୁ ଗିରଫ କରାଯାଇଛି ।
ସେମାନଙ୍କ ପାଖରୁ ସମୁଦାୟ ୮୦ଗ୍ରାମ ଓଜନର ବ୍ରାଉନସୁଗାର ସମେତ ଏକ ଧଳା ରଙ୍ଗର ମାରୁତି ସ୍ୱିଫ୍ଟ ଡିଜେଆର କାର ଜବତ କରାଯାଇ ଉଭୟଙ୍କୁ କୋର୍ଟ ଚାଲାଣ କରାଯାଇଛି । ଜବତ ବ୍ରାଉନସାୁଗାରର ମୂଲ୍ୟ ୮ଲକ୍ଷ ଟଙ୍କା ହେବ ବୋଲି ଅବକାରୀ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଏହି ଚଢାଉରେ ଅବକାରୀ ଉପନିରୀକ୍ଷକ ପ୍ରିୟଦର୍ଶୀ ମାନସରଞ୍ଜନ ମିଶ୍ର, ସହକାରୀ ଉପନିରୀକ୍ଷକ ସୁନିଲ କୁମାର ମିଶ୍ର, ପ୍ରଦୀପ କୁମାର ମଲିକ, ଜଗନ୍ନାଥ ବେସ୍ରା, କନେଷ୍ଟବଳ ଅଶୋକ କୁମାର ବେହେରା, ହିମାଂଶୁ ଶେଖର ଦାସ, ପ୍ରଶାନ୍ତ କୁମାର ଘଡେଇ ଓ ଲୁଲୁ ସାହୁ ପ୍ରମୁଖ ସାମିଲ ହୋଇଥିଲେ ।
