ମରଣଯନ୍ତା ପାଲଟିଛି ନିରାକାରପୁର – କାଶିପୁର ରାସ୍ତା

                                                        ପାଣିରେ ପଡି ଆହତ ହେଉଛନ୍ତି ପଥଚାରୀ

ନିରାକାରପୁର, ୨୫/୭/୨୦୨୪ (ଓଡ଼ିଶା ସମାଚାର)- ଖୋର୍ଦ୍ଧା ଜିଲ୍ଲା ନିରାକାରପୁର ବଜାରରୁ କାଶିପୁର ରାସ୍ତାର ଗେଟ ବଜାର ନିକଟରେ ରାସ୍ତାରେ ପାଣି ଜମା ହୋଇ ରହିବା କାରଣରୁ ଯାତାୟାତ କରୁଥିବା ଲୋକେ ହନ୍ତସନ୍ତ ହେଉଛନ୍ତି। ପାଦଚଲା ଲୋକମାନେ ବାଧ୍ୟ ହୋଇ ଆଣ୍ଠୁଏ ପାଣିରେ ପଶି ଯିବା ଆସିବା କରୁଛନ୍ତି। ମୁଖ୍ୟତଃ ସ୍କୁଲ ଛାତ୍ରଛାତ୍ରୀ, ରେଳ ଷ୍ଟେସନ କୁ ଯାଉଥିବା ଯାତ୍ରୀ ଏହି ରାସ୍ତାରେ ବର୍ଷା ଦିନ ଯିବାକୁ ଅସୁବିଧା ସମ୍ମୁଖିନ ହେଉଛନ୍ତି। ଏହି ରାସ୍ତା ନିର୍ମାଣ କରାଯାଇଥିବବେଳେ ଏ ପାର୍ଶ୍ଵ ର ଜଳ ନିଷ୍କାସନ ପାଇଁ ରେଳ ଧାରଣା ତଳେ ଦୁଇ ଜାଗାରେ ରେଳ ବିଭାଗ ତରଫରୁ ଡ୍ରେନ କରାଯାଇ ପଶ୍ଚିମ

 
 
 

ପଟ ନାଳ ସହ ସଂଯୋଗ କରାଯାଇଥିଲା। ସମୟ କ୍ରମେ ଏହି ଦୁଇଟି ଡ୍ରେନ ବନ୍ଦ ହୋଇ ଯିବା କାରଣରୁ ନିରାକାରପୁର ବଜାରରୁ କାଶିପୁର ଯିବା ରାସ୍ତାରେ ବର୍ଷା ଦିନ ଦୁଇ ତିନି ଜାଗାରେ ପାଣି ଜମି ରହୁଛି। ବିଭାଗୀୟ ଅଧିକାରୀ କିପରି ଏହି ରାସ୍ତାରୁ ଜଳ ନିଷ୍କାସନ ହେବ ସେଥି ପ୍ରତି ଦୃଷ୍ଟି ଦେବାକୁ ଦାବି ହେଉଥିଲେ ବି କିଛି ବ୍ୟବସ୍ଥା କରାଯାଉନାହିଁ। ଫଳରେ ଲୋକେ ପାଣିରେ ଗାଡି ମୋଟର ନେଇ ଯିବା ଆସିବା କରିବା ଫଳରେ ତଳ ଖାଲ ହୋଇଯିବା ସହିତ ରାସ୍ତାରୁ ପଥର ବାହାରି ପଥଚାରୀ ଙ୍କ ପାଇଁ ବିପଦ ସୃଷ୍ଟି କରୁଛି। ଏବେ ଦୈନଦିନ ଉକ୍ତ  ପାଣି ଜମୁ ଥିବା   ଜାଗାରେ ଛାତ୍ରଛାତ୍ରୀଙ୍କ ଠାରୁ ଆରମ୍ଭ କରି ବୟସ୍କ ଲୋକ ମାନେ ଯାତାୟତ ଗଲାବେଳେ ପଡ଼ି ଆହତ ହେଉଛନ୍ତି। ଆଜି ଏହି ଖାଲ ରେ ପଡ଼ି ୧୦ ରୁ ଉର୍ଦ୍ଧ ବ୍ୟକ୍ତି ଆହତ ହୋଇଥିବା ଜଣାପଡିଛି।

Leave a Reply

Your email address will not be published. Required fields are marked *