ମାହାଙ୍ଗା ୦୨/୧୧/୨୦୨୫ (ଓଡିଶା ସମାଚାର/ ଅଭୟ ଜେନା )- ମୂଳବସନ୍ତ ପଞ୍ଚାୟତ ହଂସଦିଆ ଗ୍ରାମର ଆରାଧ୍ୟ ଦେବତା ଶ୍ରୀ ଶ୍ରୀ ମା ତାରିଣୀଙ୍କ ତ୍ରୟୋଦଶ ତମ ବାର୍ଷିକ ଉତ୍ସବ ଓ ବିଗ୍ରହ ପ୍ରତିଷ୍ଠା କାର୍ଯ୍ୟକ୍ରମ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । କୁହୁଣ୍ଡା ଓ ହଂସଦିଆ ଗ୍ରାମର ସୀମାନ୍ତରେ ଅବସ୍ଥିତ ଏହି ମନ୍ଦିର ହେଉଛି ଶ୍ରଦ୍ଧାଳୁ ମାନଙ୍କ ଆସ୍ଥା ଓ ବିଶ୍ୱାସର ପୁଣ୍ୟ ପୀଠ । ଏଠାରେ ପ୍ରତିବର୍ଷ ଭଳି ଚଳିତ ବର୍ଷ ଯଜ୍ଞ, ଦାନ, ଭଜନ କୀର୍ତ୍ତନ ,ହରିହାଟ ଏବଂ ପ୍ରସାଦ ସେବନ ବ୍ୟବସ୍ଥା କରାଯାଇଥିଲା ।
ବାର୍ଷିକ ଉତ୍ସବ ଓ ବିଗ୍ରହ ପ୍ରତିଷ୍ଠା କାର୍ଯ୍ୟକ୍ରମରେ ମା ଙ୍କ ପରମ ସେବକ ବସନ୍ତ କୁମାର ପଣ୍ଡା କର୍ତ୍ତା ଭାବେ ସକଳ ଦାୟୀତ୍ୱ ନିର୍ବାହ କରିଥିଲେ । ମା ଙ୍କ ପୀଠରେ ରୀତି ନୀତି ଅନୁଯାୟୀ ବିଶ୍ୱ କଲ୍ୟାଣ ନିମନ୍ତେ ଯଜ୍ଞର ଆୟୋଜନ କରାଯାଇଥିଲା । ଏହି ପବିତ୍ର କାର୍ଯ୍ୟକୁ ବ୍ରାହ୍ମଣ ଏବଂ ପୁରୋହିତଙ୍କ ଦ୍ୱାରା ସମ୍ପନ୍ନ କରାଯାଇଥିଲା । ହଜାର ହଜାର ଶ୍ରଦ୍ଧାଳୁ ମା ଙ୍କ ଆଶୀର୍ବାଦ ଭିକ୍ଷା ପାଇଁ ଏହି ପବିତ୍ର ପୀଠରେ ଉପସ୍ଥିତ ଥିଲେ ମା ତାରିଣୀ ମନ୍ଦିର ପରିଚାଳନା କମିଟିର ସଦସ୍ୟ ମାନେ ଶାନ୍ତି ଶୃଙ୍ଖଳାର ସହିତ ବାର୍ଷିକ ଉତ୍ସବ ଏବଂ ବିଗ୍ରହ ପ୍ରତିଷ୍ଠା କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।
