ଖଵର ପ୍ରସାରଣ ପରେ ଚାରିଦିନ ହେଲା ଗଡୁନଥିଵା କନ୍ଦରପୁର-ଧଵଳେଶ୍ୱର ‘ଆମ ବସ୍’ ଗଡିଲା

କଟକ ସଦର,୦୨/୧୧/୨୦୨୫ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): ଗତ ଚାରିଦିନ ହେଲା କନ୍ଦରପୁର ରୁ ଵୈୟାଳିସ ମୈ।ଜା ଦେଇ ଧବଳେଶ୍ବରକୁ ଚଳାଚଳ କରୁଥିବା ଆମ ବସ୍ ଗଡୁ ନଥିବା କୁ ନେଇ ଗତକାଲି ଶନିବାର ‘ଓଡିଶା ସମାଚାର’ ରେ ବିସ୍ତୃତ ଖବର ପ୍ରକାଶ ପାଇଥିଲା।

ଏହି ପରିପ୍ରେକ୍ଷୀରେ କାର୍ତ୍ତିକ ମାସର ମହା ପଞ୍ଚୁକରେ ଧଵଳେଶ୍ୱର ଯାତ୍ରୀଙ୍କ ସୁବିଧା ପାଇଁ କ୍ରୁଟ କର୍ତୃପକ୍ଷ ଆଜି ରବିବାର ଠାରୁ ଆମ ବସ୍ ସେବାକୁ ପୂର୍ବପରି ଚାଲୁ କରିଥିବା ରୁ ସାଧାରଣରେ ସନ୍ତୋଷ ପ୍ରକାଶ ପାଇଛି। ସେହିପରି ଆଜି କନ୍ଦରପୁର ଠାରେ ଆମ ବସ୍ ରେ ଧଵଳେଶ୍ୱର ଯିବା ପାଇଁ ଯାତ୍ରୀଙ୍କ ନାହିଁ ନଥିବା ଭିଡ଼ ପରିଲକ୍ଷିତ ହୋଇଛି।

Leave a Reply

Your email address will not be published. Required fields are marked *