କଟକ ସଦର, ୦୨/୧୧/୨୦୨୫ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): ଗତ ଶୁକ୍ରବାର ରାତିରୁ ନିଖୋଜ ଥିବା କିଶନନଗର ଥାନା ଅନ୍ତର୍ଗତ ଥୋରିଆପଡା ଗ୍ରାମର ଦିଲିପ୍ କୁମାର ଭୋଇ (୨୮) ଙ୍କ ଶବ ଘଟଣାର ତିନିଦିନ ପରେ ଆଜି ରବିବାର ସକାଳେ ତାଳଦଣ୍ଡା କେନାଲର ଅଇନିପୁର ଠାରେ ଅଗ୍ନିଶମ ବାହିନୀ ଉଦ୍ଧାର କରିଥିବା ଜଣାପଡିଛି। ପ୍ରକାଶ ଯେ ଗତକାଲି ଶନିବାର ସକାଳେ ସୋମପୁର ଲକ୍ ଠାରୁ ପାଞ୍ଚଶହ ମିଟର ଦୂରରେ ଜାଡୁଆସାହି ସିଧା ତାଳଦଣ୍ଡା କେନାଲ ବନ୍ଧ ରାସ୍ତା ରେ ପ୍ରଚୁର ରକ୍ତ ପଡ଼ିଥିବା ଏଵଂ ଦିଲିପ ଙ୍କର ମଟରସାଇକେଲ କେନାଲ ଭିତରେ ପଡ଼ିଥିବା ଦେଖାଯାଇଥିଲା।
ଏହି ଘଟଣା ହତ୍ୟାକାଣ୍ଡ ହୋଇଥାଇ ପାରେ ବୋଲି ଅନୁମାନ କରାଯାଉଥିବା ବେଳେ ନିଖୋଜ ଦିଲିପ ଙ୍କୁ ଖୋଜିବା ପାଇଁ ଦିନସାରା ଅଗ୍ନିଶମ ବାହିନୀ ଉଦ୍ୟମ କରି ବିଫଳ ହୋଇଥିଲେ। ଆଜି ଶଵ କେନାଲରୁ ଉଦ୍ଧାର ହୋଇ ଉପରକୁ ଆସିବା ପରେ ତାଙ୍କ ର ଆଗପଟ ତଣ୍ଟି କଟାଯାଇଥିବା ଏଵଂ ଆଜିବି ଧାରଧାର ରକ୍ତ ବୋହୁଥିବା ଦେଖାଯାଇଥିଲା।
ମୃତକଙ୍କ ଶବକୁ ତାଙ୍କ ବାପା ଚିହ୍ନଟ କରିବା ପରେ ଶଵକୁ ପୋଲିସ ପୋଷ୍ଟମର୍ଟମ ପାଇଁ ପଠାଇ ନିଖୋଜ ମାମଲାକୁ ହତ୍ୟା ମାମଲାରେ ପରିବର୍ତ୍ତନ କରି ତଦନ୍ତ କୁ ତ୍ୱରାନ୍ୱିତ କରିଥିବା ଜଣାପଡିଛି। ହେଲେ ହତ୍ୟାକାଣ୍ଡ ରେ ସମ୍ପୃକ୍ତ ହତ୍ୟାକାରୀ ମାନଙ୍କୁ ଯଥା ଶୀଘ୍ର ଧରାଯାଇ ଘଟଣାର ପର୍ଦ୍ଧାଫାଶ ହେବ ବୋଲି ଥାନା ଅଧିକାରିଣୀ ଦୂର୍ଗେଶ ନନ୍ଦିନୀ ମହାନ୍ତି କହିଛନ୍ତି।
