ଜିଲ୍ଲା ଆଇନ ସେବା ପ୍ରାଧିକରଣ ଜଗତସିଂହପୁର ଦ୍ୱାରା ବିଶ୍ଵ ପରିବେଶ ଦିବସ ପାଳନ

ଜଗତସିଂହପୁର,୦୮/୦୬/୨୦୨୬(ଓଡ଼ିଶା ସମାଚାର)-ଜଗତସିଂହପୁର ଜିଲ୍ଲା ଆଇନ ସେବା ପ୍ରାଧିକରଣ ତରଫରୁ ଭାରପ୍ରାପ୍ତ ଅଧ୍ୟକ୍ଷ ତଥା ଅତିରିକ୍ତ ଜିଲ୍ଲା ଓ ଦୌରା ଜଜ୍ ଶ୍ରୀ ବିଭୂ ପ୍ରସାଦ ପଣ୍ଡାଙ୍କ ନିର୍ଦ୍ଦେଶ କ୍ରମେ ସ୍ଥାନୀୟ ହାଟ ବଜାର ସ୍ଥିତ ଶିଶୁ ଆଶ୍ରମ ଠାରେ ବିଶ୍ୱ ପରିବେଶ ଦିବସ ପାଳନ ହୋଇ ଯାଇଛି । ଏହି ଅବସରରେ ବନ ବିଭାଗର ସହଯୋଗ କ୍ରମେ ଶିଶୁ ଆଶ୍ରମ ପରିସରରେ ବିଭିନ୍ନ ବୃକ୍ଷରୋପଣ କରାଯାଇଥିଲା ଏବଂ ଏକ ସଚେତନତା କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଆଇନ ସେବା ପ୍ରାଧିକରଣର ସଚିବ ବିଡିଡି ଚନ୍ଦନା ଅତିଥି ପରିଚୟ ପ୍ରଦାନ କରିବା ସହିତ ନିଜର ଅଭିଭାଷଣ ରେ ପ୍ରକୃତିର ଭାରସାମ୍ୟ ରଖିବାକୁ ହେଲେ ଯଥେଷ୍ଟ ସଂଖ୍ୟକ ବୃକ୍ଷ ରୋପଣ କରିବାକୁ ପଡିବ ବୋଲି କହିଥିଲେ ।

ଅତିରକ୍ତ ଜିଲ୍ଲା ଜଜ ଶ୍ରୀ ବିଭୂପ୍ରସାଦ ପଣ୍ଡା ବୃକ୍ଷଠାରୁ ମିଳୁଥିବା ବିଭିନ୍ନ ଉପକାରକୁ ଉଦାହରଣ ମାଧ୍ୟମରେ ବିସ୍ତୃତ ଭାବରେ ଅଲୋଚନା କରିଥିଲେ । ଜଗତସିଂହପୁର ଜିଲ୍ଲା ଓକିଲ ସଂଘ ସଭାପତି ରବିନାରାୟଣ ସ୍ବାଇଁ ନିଜର ଅଭିଭାଷଣ ରେ  କହିଥିଲେ ଯେ ଯେଉଁ ପରିମାଣରେ ବୃକ୍ଷ କଟାଯାଉଛି ପରିବେଶ ଆସନ୍ତୁଳନ ହେବାର ଆଶଙ୍କା ରହିଛି ତେଣୁ ବୃକ୍ଷ ରୋପଣ କରାଯିବ ଉଚିତ । ପରିବାର ଅଦାଲତ ବିଚାରପତି ଶ୍ରୀମତୀ ରଶ୍ମିତା ଦଳାଇ, ସି.ଜି.ମ. ଶ୍ରୀ ନରୋତ୍ତମ ସେଠି, ସବଜଜ ଶ୍ରୀ ରାକେଶ ମୁଦୁଲି, ଜେ.ମ.ଫ.ସି. ଶ୍ରୀ ଅଙ୍କିତ ଦେୱଗନ, ଜଗତସିଂହପୁର ଓକିଲ ସଂଘ ସମ୍ପାଦକ ସରୋଜ ବିଶ୍ୱାଳ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ କାହ୍ନୁ ଚରଣ ରାଉତ ଓ ଅନୁଷ୍ଠାନର ସମସ୍ତ କର୍ମଚାରୀ ଏବଂ ପିଲାମାନେ ଉପସ୍ଥିତ ଥିଲେ । ପରିଶେଷରେ ଶିଶୁ ଆଶ୍ରମର ଅଧିକ୍ଷକ ଧନ୍ୟବାଦ ଅର୍ପଣ କରି କାର୍ଯ୍ୟକ୍ରମକୁ ଉଦଯାପନ କରାଯାଇଥିଲା ।

 

Leave a Reply

Your email address will not be published. Required fields are marked *