ସରକାରୀ କାମ ପାଇଁ ଇଭି କ୍ରୟ ନିର୍ଦ୍ଧେଶାବଳି ଜାରି କଲା ଅର୍ଥ ବିଭାଗ

ଭୁବନେଶ୍ୱର,୦୧/୦୬/୨୦୨୬(ଓଡ଼ିଶା ସମାଚାର)- ସରକାରୀ କାର୍ଯ୍ୟରେ ବାଧ୍ୟତାମୂଳକ ଇଭି ବ୍ୟବହାର ପାଇଁ ନିର୍ଦେଶାବଳି ଜାରି ହୋଇଛି । ଇଭି କିଣିବାକୁ ନର୍ର୍ଦେଶାବଳି ଜାରି କରିଛି ଅର୍ଥ ବିଭାଗ । ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ ୩୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଇଭି କିଣିପାରିବେ । ସେହିପରି ହାଇକୋର୍ଟ ମୁଖ୍ୟ ବିଚାରପତି, ମନ୍ତ୍ରୀମାନେ ମଧ୍ୟ ୩୦ ଲକ୍ଷ ପର୍ଯ୍ୟନ୍ତ କିଣିପାରିବେ ।

ମୁଖ୍ୟ ସଚିବ, ଉନ୍ନୟନ କମିଶନର, ସଚିବ ଆଦି୨୫ ଲକ୍ଷ ପର୍ଯ୍ୟନ୍ତ ଇଭି କିଣିପାରିବେ । ଜିଲା ଜଜ୍, ଜିଲାପାଳ ଓ ଏସପିମାନେ ୨୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଇଭି କିଣି ପାରିବେ ବୋଲି ଅର୍ଥ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଅର୍ଥ ବିଭାଗର ଅନୁମୋଦନ ପରେ ଏବଂ ବର୍ତମାନ ବ୍ୟବହାର ହେଉଥିବା ଗାଡିର ଅବଧି ଶେଷ ହେବା ପରେ କିମ୍ବା ସ୍କ୍ରାପିଂ ହେବା ପରେ ନୂଆ ଇଭି କିଣାଯିବ । କେବଳ ଟାଟା , ମହିନ୍ଦ୍ରା ଓ ମାରୁତି କମ୍ପାନୀର ଇଭି କିଣାଯିବ । ଏହା ବ୍ୟତୀତ ଜଣେ ଅଧିକାରୀ ଗୋଟିଏ ଗାଡି ନିୟମ ଲାଗୁ ହେବ ବୋଲି ନିର୍ଦେଶାବଳି ଜାରି କରିଛି ଅର୍ଥ ବିଭାଗ ।

Leave a Reply

Your email address will not be published. Required fields are marked *