ରାଷ୍ଟ୍ରୀୟ ପ୍ରତୀକର ଦୁରୁପଯୋଗ ନିବାରଣ ପାଇଁ ଜନସାଧାରଣଙ୍କୁ ଅନୁରୋଧ ।

ଜଗତସିଂହପୁର, ୦୧/୧୧/୨୦୨୫ (ଓଡ଼ିଶା ସମାଚାର)-  ରାଜସ୍ଵ ବିଭାଗୀୟ ଆୟୁକ୍ତ, କେନ୍ଦ୍ର ବିଭାଗ, କଟକଙ୍କ ନିର୍ଦ୍ଦେଶ ଅନୁଯାୟୀ ଜିଲ୍ଲାର ସମସ୍ତ ଜନସାଧାରଣଙ୍କୁ ସୂଚିତ କରାଯାଉଛି ଯେ, ଭାରତ ସରକାରଙ୍କ ରାଷ୍ଟ୍ରୀୟ ପ୍ରତୀକ ର ଅସଠିକ ବା ଅନୁମତି ବିହୀନ ବ୍ୟବହାର ଆଇନ ଅନୁଯାୟୀ ଅପରାଧ ସମାନ। ରାଷ୍ଟ୍ରୀୟ ପ୍ରତୀକ ହେଉଛି ଭାରତ ସରକାରଙ୍କ ମର୍ଯ୍ୟାଦା, ଅସ୍ମିତା ଓ ସ୍ଵାଭିମାନର ପ୍ରତୀକ। ଏହାର ଅନୁଚିତ ବ୍ୟବହାର ରାଷ୍ଟ୍ରୀୟ ପ୍ରତୀକ ଆଇନ, ୨୦୦୫ ଅନୁଯାୟୀ ଦଣ୍ଡନୀୟ ଅପରାଧ। ଜିଲ୍ଲାର ସମସ୍ତ ନାଗରିକ, ସଂସ୍ଥା, ବ୍ୟବସାୟିକ ସଂଗଠନ ଓ ମିଡିଆ ପ୍ରତିଷ୍ଠାନମାନଙ୍କୁ ଅନୁରୋଧ ଯେ, ରାଷ୍ଟ୍ରୀୟ ପ୍ରତୀକ ର ସମ୍ମାନ ରକ୍ଷା କରି ଏହାକୁ କେବଳ ସରକାରୀ ନିୟମ ଅନୁସାରେ ବ୍ୟବହାର କରନ୍ତୁ।

Leave a Reply

Your email address will not be published. Required fields are marked *