ମଧ୍ୟପ୍ରାଚ୍ୟରେ ଫସି ଥିବା ଓଡ଼ିଆଙ୍କ ପାଇଁ ହେଲ୍ପଲାଇନ ନମ୍ବର

ଭୁବନେଶ୍ୱର,୦୩/୦୩/୨୦୨୬ (ଓଡ଼ିଶା ସମାଚାର /ଦୀପ୍ତିରଂଜନ କାନୁନଗୋ)– ଆମେରିକା ଯୁଦ୍ଧ ନେଇ ମଧ୍ୟପ୍ରାଚ୍ୟରେ ଫସି ଥିବା ଓଡ଼ିଆଙ୍କ ପାଇଁ ହେଲ୍ପଲାଇନ ନମ୍ବର ଜାରି ହୋଇଛି। ଯୁଦ୍ଧକାଳୀନ ଜରୁରୀ ପରସ୍ଥିତିକୁ ଦୃଷ୍ଟିରେ ରଖି ଓଡ଼ିଶା ସରକାର ଏହି ନିଷ୍ପତ୍ତି ନେଇଛନ୍ତି। ଏ ନେଇ କ୍ରୀଡା ଓ ଯୁବବ୍ୟାପାର ମନ୍ତ୍ରୀ ସୂର୍ୟ୍ୟବଂଶୀ ସୂରଜ ସୋସିଆଲ ଗଣମାଧ୍ୟମ ଏକ୍ସରେ ପୋଷ୍ଟ କରଛନ୍ତି। ଉକ୍ତ ହେଲ୍ପଲାଇନ ନମ୍ବର ଗୁଡ଼ିକ ହେଲା ବୈଦେଶିକ ମନ୍ତ୍ରାଳୟ-୮୦୦୪୬୩୪୨, ହ୍ବାଟ୍ସଆପ-୯୭୧୫୪୩୦୯୦୫୭୧- ଓଡ଼ିଶା ପରିବାର ସ୍ବତନ୍ତ୍ର ଅଧିକାରୀ- ୯୫୮୩୩୨୧୯୬୪ । ଏହି ହେଲ୍ପଲାଇନ ନମ୍ବର ରେ ଯୋଗାଯୋଗ କରିବାକୁ କୁହାଯାଇଛି।

 

ମନ୍ତ୍ରୀ ସୂର୍ୟ୍ୟବଂଶୀ ସୂରଜ ସୋସିଆଲ ଗଣମାଧ୍ୟମ ଏକ୍ସରେ ପୋଷ୍ଟ କରଛନ୍ତି :

ମଧ୍ୟ ପ୍ରାଚ୍ୟରେ ଯୁଦ୍ଧକାଳୀନ ଜରୁରୀ ପରିସ୍ଥିତିକୁ ଦୃଷ୍ଟିରେ ରଖି ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଛି । ଏହି ପ୍ରରିପେକ୍ଷୀରେ ଓଡ଼ିଶା ସରକାରଙ୍କ ପକ୍ଷରୁ ସହାୟତା ଓ ସୂଚନା ପାଇଁ ଓଡ଼ିଶା ପରିବାର, ରାଜ୍ୟ ଗୃହ ବିଭାଗ, ରାଜ୍ୟ ଶ୍ରମ ନିର୍ଦ୍ଦେଶାଳୟ ଓ ବିଭିନ୍ନ ପ୍ରବାସୀ ଭାରତୀୟ ସଂସ୍ଥାମାନଙ୍କ ସହ ମିଳିତ ଭାବେ ଏକ ୱାର୍କିଂ ଗ୍ରୁପ ଗଠନ ହୋଇଛି । ସେହି ସ୍ଥାନରେ ଥିବା ବ୍ୟକ୍ତିମାନେ କୌଣସି ପ୍ରତିକୂଳ ପରିସ୍ଥିତିରେ ନିମ୍ନ ପ୍ରଦତ୍ତ ନଂ ରେ ଯୋଗାଯୋଗ କରନ୍ତୁ : ବୈଦେଶିକ ମନ୍ତ୍ରଣାଳୟ – ୮୦୦୪୬୩୪୨ ହ୍ୱାଟ୍ସ ଆପ ନଂ- ୯୭୧୫୪୩୦୯୦୫୭୧ ଓଡ଼ିଶା ପରିବାର ସ୍ୱତନ୍ତ୍ର କାର୍ଯ୍ୟରତ ଅଧିକାରୀ – ୯୫୮୩୩୨୧୯୬୪

https://x.com/suryabanshibjp/status/2028528354157322375

Leave a Reply

Your email address will not be published. Required fields are marked *