ଭୁବନେଶ୍ୱର, ୧୩/୭/୨୦୨୪ (ଓଡ଼ିଶା ସମାଚାର)- ଚଳିତ ଆଷାଢ ମାସ ଶୁକ୍ଲପକ୍ଷ ଉତରା ଫାଲ୍ଗୁନୀ ନକ୍ଷତ୍ରେ କନ୍ୟାଚନ୍ଦ୍ରେ ଷଷ୍ଠ ଗତେ ସପ୍ତମୀ ତିଥିରେ ଜୟଦେବ ବିହାର ଲେନ୍ ନଂ-୫ ପଂଚମୁଖୀ ହନୁମାନ ମନ୍ଦିରର ଦ୍ୱିତୀୟ ବାର୍ଷିକ ଉତ୍ସବ ଜୟଦେବ ବିହାର ବିକାଶ ପରିଷଦ ପକ୍ଷରୁ ମହା ସମାରୋହରେ ଅନୁଷ୍ଠିତ ହୋଇଥିଲା । ପ୍ରଥମେ ଅଖଣ୍ଡ ଦୀପ ସ୍ଥାପନ, ଘଟ ସ୍ଥାପନ, ଗୁରୁପୂଜା, ସୂର୍ଯ୍ୟପୂଜା, ବିଗ୍ରହ ସ୍ନାନ, ଷୋଡ଼ଶ ଉପଚାର ପୂଜା, ଅଗ୍ନି ସ୍ଥାପନ, ମଣ୍ଡଳ ପୂଜା, ହୋମ ଓ ହନୁମାନ ଚାଳିଶା ପଠନ ଓ ପୂର୍ଣ୍ଣାହୂତି କରାଯାଇଥିଲା । ବିକାଶ ପରିଷଦର ସଭାପତି ମିହିର ରଞ୍ଜନ ରଥ ଓ ସାଧାରଣ ସମ୍ପାଦକ ରବୀନ୍ଦ୍ର କୁମାର ପଲେଇଙ୍କ ଆବାହକତ୍ୱରେ ଆୟୋଜିତ ଏହି ଉତ୍ସବରେ ଜାତୀୟ ସାମ୍ବାଦିକ କଲ୍ୟାଣ ବୋର୍ଡ଼ର ଉପସଭାପତି ତଥା ବିକାଶ ପରିଷଦର ବରିଷ୍ଠ ଉପଦେଷ୍ଟା ପ୍ରଦୁ୍ୟମ୍ନ କୁମାର ମହାନ୍ତି, ଡ. ଶକ୍ତିରାଜ ଜାମଲା, ସମାଜସେବୀ ମନୋଜ ରଥ ଓ ଯୁଧିଷ୍ଠିର ସାହୁ, ମାନସ ରଞ୍ଜନ ରଥ, ସୀତାରାମ ମଲ୍ଲିକ, ରାଜଶ୍ରୀ ରଥ, ଦୁଃଶାସନ ସାହୁ, ମାୟାଧର ତ୍ରିପାଠୀ, ପରିଷଦର ଉପସଭାପତି ବିଭଦତ ରାଉତ, ଯୁଗ୍ମ ସମ୍ପାଦକ ସ୍ମୃତିରଞ୍ଜନ ଦାସ, କୋଷାଧ୍ୟକ୍ଷା ଲୋପାମୁଦ୍ରା ମହାପାତ୍ର, ଉର୍ମିଳା ରାଉତ, ମିନାକ୍ଷୀ ଷଡ଼ଙ୍ଗୀ, ସଲିଳା ନାୟକ, ସସ୍ମିତା ଦାସ, ମିନାକ୍ଷୀ ଦଳେଇ, ପ୍ରତିଭା ଦାଶ, ଶଶିକଳା ଦାସ, କିଶୋର ମହାପାତ୍ର, ସଞ୍ଜିତ ପଣ୍ଡା ଓ ନକୁଳ ଚନ୍ଦ୍ର ଲେଙ୍କା, ମୁଖ୍ୟ ପୂଜକ ଧୀରେନ୍ଦ୍ର କୁମାର ଦାଶ ଓ ମହେଶ୍ୱର ଶତପଥି ପ୍ରମୁଖ ଯୋଗ ଦେଇଥିଲେ । ଭୁବନେଶ୍ୱର ଟଙ୍କପାଣି ରୋଡ଼ର ବାଙ୍କୁଆଳସ୍ଥିତ ଶ୍ରୀକ୍ଷେତ୍ର ଭଜନ ସନ୍ଧ୍ୟା ପକ୍ଷରୁ ଭଜନ ପରିବେଷଣ କରାଯାଇଥିଲା । ବିଶିଷ୍ଟ ସଙ୍ଗୀତ ନିର୍ଦ୍ଧେଶକ ଶରତ ବାରିକଙ୍କ ନେତୃତ୍ୱରେ ସଙ୍ଗୀତଜ୍ଞ ଗଣେଶ କୁମାର ମହାରଣା, ପଦ୍ମଜା ଦାସ, ସୁବର୍ଣ୍ଣ କୁମାର, ସୁମିତା ମହାରଣାଙ୍କ ଭଜନ ବେଶ୍ ମନମୁଗ୍ଧକର ହୋଇଥିଲା । ଏଥିରେ ବିଜୟ ମହାପାତ୍ର, ସୁଶାନ୍ତ କୁମାର ଓ ପ୍ରଭାକର ପ୍ରମୁଖ ଯନ୍ତ୍ରାଂଶରେ ଅଂଶଗ୍ରହଣ କରିଥିଲେ । ଏହି ଉତ୍ସବରେ ଆଖପାଖ ଅଂଚଳରୁ ବହୁ ଲୋକ ଯୋଗଦାନ କରିଥିଲେ । ଏଥିରେ ପ୍ରାୟ ୩୦୦୦ ଲୋକଙ୍କ ଜନସମାଗମ ହୋଇଥିଲା ।