ଜୁନାଗଡ଼,୦୪/୦୯/୨୦୨୫ (ଓଡ଼ିଶା ସମାଚାର)- ଓଡିଶା ଷ୍ଟେଟ ବାର କାଉନସିଲ ଚିଠି ସଂଖ୍ୟା 4848(156)2025ମତେ ଜୁନାଗଡ଼ ଓକିଲ ସଂଘ ର ଏକ ଜରୁରୀ ସାଧାରଣ ବୈଠକ ଅନୁଷ୍ଠିତ ହୋଇ ଅଫିସ ଅଫ ପ୍ରଫିଟ କିମ୍ବା ଓକିଲାତି ଛାଡି ଅନ୍ୟ କୌଣସି ବ୍ୟବସାୟ କରୁଥିବା ଓକିଲ ବନ୍ଧୁ ମାନଙ୍କୁ ଜଣାଇ ଦେବା ପାଇଁ ସଂଘ ସଭାପତି ବାଳକୃଷ୍ଣ ଅଚାରୀ ଙ୍କ ସଭାପତିତ୍ୱ ରେ ସଭା ଅନୁଷ୍ଠିତ ହୋଇ ଯାଇଛି ।
ଏହି ସଭା ରେ ସମସ୍ତ ସଭ୍ୟ ଅଂଶଗ୍ରହଣ କରି ଆଲୋଚନା ମାଧ୍ୟମରେ ସମସ୍ତ ବିଷୟ ବୁଝିଥିଲେ । ଯେଉଁମାନେ ଉକ୍ତ ବ୍ୟବସାୟ କରୁଛନ୍ତି ତେବେ ନିଜ ନିଜ ଓକିଲାତି ଲାଇସେନ୍ସ ସରେନ୍ଡର କରିବା ପାଇଁ ବୈଠକ ରେ ମତ ପ୍ରକାଶ ପାଇଥିଲା । ବରିଷ୍ଟ ସଦସ୍ୟ ଅଶୋକ ପାତ୍ର, ମଦନ ମୋହନ ସାହୁ, ରମେଶ ନାଏକ, ଉପସଭାପତି ଦିଗାମ୍ବର ନାଏକ, ନିଜ ନିଜ ମତ ରଖିଥିଲେ । ସଂଘ ସମ୍ପାଦକ ହିମାଂଶୁ ଶେଖର ବରାଡ଼ ଧନ୍ୟବାଦ ଦେଇ ସଭା ଶେଷ ହୋଇ ଥିଲା । ଏହି ସଭା ରେ ଜଗଜୀବନ ମାଝୀ, କୈଳାସ ଚୌଧୁରୀ, ଧନେଶ୍ୱର ନାଏକ, ଦିବ୍ୟ ଦୀପ, ନରେନ୍ଦ୍ର କ୍ଷିତୀ, ପ୍ରଦୀପ ଦାସ, ପ୍ରବୀଣ ପଟ୍ଟନାୟକ, ଅନନ୍ତ ବେହେରା, ସୁଶୀଲ ପାଢ଼ୀ, ସୁଦିପ ପୁଝlରୀ, ଚିନ୍ମୟ ମେହେର ତାପସ ସାହୁ, ଜୟଦେବ ସୁନାନୀ ପ୍ରମୁଖ ଅଂଶଗ୍ରହଣ କରିଥିଲେ ।
