ଭୁବନ ୩୧/୧୦/୨୦୨୫ (ଓଡ଼ିଶା ସମାଚାର)- ବାଜି ରାଉତ ସ୍ମୃତି ମହାବିଦ୍ୟାଳୟରେ ଅଧ୍ୟକ୍ଷ ଡ଼ ପ୍ରଭାତ କୁମାର ଆଚାର୍ଯ୍ୟ ଙ୍କ ନେତୃତ୍ୱ ରେ ରାଷ୍ଟ୍ରୀୟ ଏକତା ଦିବସ ମହା ଆଡମ୍ବର ରେ ପାଳିତ ହୋଇଯାଇଛି ।
ଡ଼ ଅଧ୍ୟକ୍ଷ ଲୌହ ମାନବ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ ଙ୍କ ଜୀବନୀ ବିଷୟରେ ଛାତ୍ର ଛାତ୍ରୀ ମାନଙ୍କୁ ଉଦବୋଧନ ଦେଇଥିଲେ।ମହାବିଦ୍ୟାଳୟର ସମସ୍ତ ଅଧ୍ୟାପକ ଅଧ୍ୟାପିକା ଏନ୍ ସି ସି , ରେଡକ୍ରସ,ସ୍କାଉଟ ଗାଇଡ ଓ ଉଭୟ ବାଜି ଛାତ୍ରା ବାସ ବାଳକ ଓ ଦୃଷ୍ଟି ଛାତ୍ରାବାସ ବାଳିକା ଙ୍କ ସହ ମହାବିଦ୍ୟାଳୟ ର ସମସ୍ତ ଛାତ୍ର ଛାତ୍ରୀ ଅଂଶ ଗ୍ରହଣ କରି କଲେଜ ପରିସର ସଫା କରିଥିଲେ।
