ଭୁବନ ଏନ୍ ଏ ସି ତରଫରୁ ସ୍ୱଚ୍ଛ ସର୍ବେକ୍ଷଣ ୨୦୨୪ ଅନୁଷ୍ଠିତ

ଭୁବନ ୧/୦୨/୨୦୨୫ (ଓଡ଼ିଶା ସମାଚାର)-  ଭୁବନ ବିଜ୍ଞାପିତ ଅଞ୍ଚଳ ପରିଷଦ ତରଫରୁ ସ୍ୱଚ୍ଛ ସର୍ବେକ୍ଷଣ ୨୦୨୪ ଅନୁଷ୍ଠିତ ହୋଇଯାଇଛି । ଭୁବନ ର ଆରାଧ୍ୟ ଦେବତା ବାବା ବୁଦ୍ଧେଶ୍ଵର ମନ୍ଦିର ପରିସରରେ କାର୍ଯ୍ୟ ନିର୍ବାହୀ ଅଧିକାରୀ ଲୋକନାଥ ବେଜ ଙ୍କ ଆୟୋଜନ ଓ ନଗରପାଳ ଶୁଭେନ୍ଦୁ କୁମାର ସାହୁ ଙ୍କ ନେତୃତ୍ଵରେ ସାମୁହିକ ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।

ସ୍ୱଚ୍ଛ ଭୁବନ,ସୁସ୍ଥ ଭୁବନ,ସୁନ୍ଦର ଭୁବନ ଗଢି ତୋଳିବା ଏକମାତ୍ର ଲକ୍ଷ୍ୟ ବୋଲି ନଗରପାଳ ଶ୍ରୀଯୁକ୍ତ ସାହୁ ମତବ୍ୟକ୍ତ କରିଥିଲେ । ଏହି କାର୍ଯ୍ୟକ୍ରମରେ କାଉନସିଲର ଗିରିଧାରୀ ସାହୁ,ପପୁ କୁମାର ସାହୁ, ମନ ମୋହନ ସାହୁ, କନିଷ୍ଠ ଯନ୍ତ୍ରୀ ସୁରେନ୍ଦ୍ରନାଥ ସାହୁ,କନିଷ୍ଠ କିରାଣୀ ପ୍ରାଣକୃଷ୍ଣ ଓଝା,ହିସାବ ରକ୍ଷକ ବିଶ୍ୱାସ ମହାନ୍ତି ,ଏମ ଆଇ ଏସ ସଚିନ ମହାନ୍ତି, ଜେ ଏସ ଇ ଜ୍ୟୋତି ରଞ୍ଜନ ବେହେରା,ଟାସ୍କ କଲେକ୍ଟର ସନ୍ତୋଷ କୁମାର ମିଶ୍ର, ରବୀନ୍ଦ୍ର ବେହେରା ଓ ସମସ୍ତ କର୍ମଚାରୀ ଙ୍କ ସମେତ ସ୍ୱଚ୍ଛ ସାଥୀ ମାନେ ଯୋଗଦେଇ ସାମୁହିକ ସଫେଇ କରିଥିଲେ ।

Leave a Reply

Your email address will not be published. Required fields are marked *