ଗରଦପୁର ବ୍ଲକ ଅଂଚଳରେ ମହାପୁରୁଷ ମହମ୍ମଦ ଜୟନ୍ତୀ

ଗରଦପୁର,୦୫/୦୯/୨୦୨୫(ଓଡ଼ିଶା ସମାଚାର)- ଆଜି ଗରଦପୁର ବ୍ଲକ ଅଂଚଳରେ ମହାପୁରୁଷ ମହମ୍ମଦ ଜୟନ୍ତୀ ଆନନ୍ଦ ଉଲ୍ଲାସର ସହିତ ବିଶ୍ୱ ଶାନ୍ତି ର ଦିବସ ଭାବେ ପାଳିତ ହୋଇ ଯାଇଛି । ଗରଦପୁର ବ୍ଲକ୍ ଅନ୍ତର୍ଗତ ତେଣ୍ଡାକୁଡ଼ା ଅଂଚଳରେ ଗତକାଲି ରାତିରୁ ମସଜିଦ ଗୁଡ଼ିକ ସାଜ ସଜା କରାଯାଇଥିବାବେଳେ ବ୍ୟକ୍ତି ବିଶେଷ ସେମାନଙ୍କ ଘରକୁ ଆଲୋକ ମାଳାରେ ସଜାଇଥିଲେ ।

ମସଜିଦ ମାନଙ୍କରେ ସାମୁହିକ ପ୍ରାର୍ଥନା,ମହମ୍ମଦଙ୍କ ଜୀବନୀ ଓ ଧର୍ମ ଶିକ୍ଷା ସମ୍ପର୍କରେ ଆଲୋଚନା ହୋଇଥିଲା । ତେଣ୍ଡାକୁଡ଼ା- ବିଲହାଟ ଓ ମହମ୍ମଦପୁର ମୁଖ୍ୟ ରାସ୍ତାରେ ଏକ ସ୍ୱାଗତ ତୋରଣ ନିର୍ମାଣ କରାଯାଇଥିଲା । ଆଜି ସକାଳେ ଶହ ଶହ ଶ୍ରଦ୍ଧାଳୁମାନେ ଏକ ବିରାଟ ଶୋଭାଯାତ୍ରାରେ ତେଣ୍ଡାକୁଡ଼ା ରୁ ଜୁଲୁସ୍ ବାହାରି ବିଲହାଟ ବଜାର ଦେଇ ମହମ୍ମଦପୁର ଠାରେ ପହଂଚିଥିଲେ ।

ସେଠାରେ ତେଣ୍ଡାକୁଡ଼ା, ମହମ୍ମଦପୁର, ନେମାଳ, ତଳକୁସୁମା, କୋସିଦା ର ଜୁଲୁସ ପହଂଚିବା ପରେ ସେଠାରୁ ଚାଟରା ଯାଇଥିଲେ । ଚାଟରା ମସଜିଦ ଠାରୁ ପୁଣି ଜୁଲୁସ ବାହାରି ନଇନ୍ପୁର ଯାଇ ଫେରିବା ପରେ ତେଣ୍ଡାକୁଡ଼ାରେ ଶେଷ ହୋଇଥିଲା । ଆଜି ବିଶେଷ କରି ଶୁକ୍ରବାର ହୋଇଥିବା ରୁ ମସଜିଦ ମାନଙ୍କରେ ଧର୍ମାଲୋଚନା ହୋଇଥିଲା ।

ତେଣ୍ଡାକୁଡ଼ା ଗୋଲଡ଼େନ୍ ଷ୍ଟାର କ୍ଲବ ନିକଟରେ ତେଣ୍ଡାକୁଡ଼ା ସରପଂଚ ମାନସ କୁମାର ରାଉତ୍ ଜୁଲୁସ୍ କୁ ସ୍ୱାଗତ କରିବା ସହିତ ଥଣ୍ଡା ପାନୀୟ ବିତରଣ କରିଥିଲେ । ସେହିପରି ଜୁଲୁସ ଜୁଲୁସ କମିଟି ସଂଗଠକମାନେ ଜନସାଧାରଣଙ୍କୁ ବିସ୍କୁଟ, କେକ୍ , ଥଣ୍ଡା ପାନୀୟ ଓ ଆଇସକି୍ରମ୍ ବଂଟନ କରିଥିଲେ । କୁଦାନଗରୀ ଥାନା ପୁଲିସ ବିଭିନ୍ନ ଛକ ମାନଙ୍କରେ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *