କେନ୍ଦ୍ରାପଡା ଜିଲା କଂଗ୍ରେସ ପକ୍ଷରୁ ଇନ୍ଦିରା ଗାନ୍ଧୀଙ୍କ ଶ୍ରାଦ୍ଧବାର୍ଷିକୀ

କେନ୍ଦ୍ରାପଡ଼ା,୩୧/୧୦/୨୦୨୫(ଓଡ଼ିଶା ସମାଚାର)-କେନ୍ଦ୍ରାପଡା ଜିଲା କଂଗ୍ରେସ ପକ୍ଷରୁ ସର୍ଦ୍ଧାର ବଲ୍ଲଭ ଭାଇ ପଟେଲ ଙ୍କ ୧୫୦ତମ ଜୟନ୍ତୀ ଓ ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ୪୧ତମ ଶ୍ରାଦ୍ଧବାର୍ଷିକୀ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ଶୁକ୍ରବାର ସକାଳେ କଜଳାସ୍ଥିତ ଜିଲା କଂଗ୍ରେସ ଭବନରେ ଜିଲା କଂଗ୍ରେସ ସଭାପତି ଡାକ୍ତର ଦେବସ୍ମିତା ଶର୍ମାଙ୍କ ଅଧ୍ୟକ୍ଷତାରେ ଏକ ସଭା ଅନୁଷ୍ଠିତ ହୋଇଥିଲା ।

ଏଥିରେ ପ୍ରାକ୍ତନ ବିଧାୟିକା ଡ. ସିପ୍ରା ମଲ୍ଲିକ, କଂଗ୍ରେସ କିଷାନ ସେଲ ସଭାପତି ଜୟଦେବ ପରିଡା, ପୂର୍ବତନ ବିଧାୟକ ଚିନ୍ମୟ ପ୍ରସାଦ ବେହୁରା, ଜିଲା କଂଗ୍ରେସ କାର୍ଯ୍ୟକାରୀ ସଭାପତି ପ୍ରଫୁଲ୍ଲ ଦାସ, ପିସିସି ସମ୍ପାଦିକା ସଶ୍ମିତା ପଣ୍ଡା, ପୂର୍ବତନ ବ୍ଲକ କଂଗ୍ରେସ ସଭାପତି ଭାଗିରଥି ଜେନା,ପୂର୍ବତନ ରାଜକନିକା ବ୍ଲକ ସଭାପତି ମଙ୍ଗୁଳି ଚରଣ ବେହେରା, ବରିଷ୍ଠ କଂଗ୍ରେସ ନେତା ଫକିର ଚରଣ ଖଟୁଆ, ପୂର୍ବତନ ଆଳି ବ୍ଲକ କଂଗ୍ରେସ ସଭାପତି ରବିନାରାୟଣ ବେହେରା, ମାନଗୋବିନ୍ଦ ଦାସ, ପ୍ରଭାକର ସାହୁ, ବିଧୁଭୂଷଣ ମହାପାତ୍ର, ଯୁବ କଂଗ୍ରେସର ସାମାଜିକ ଗଣମାଧ୍ୟମ ସଂଯୋଜକ ହିମାଂଶୁ ନନ୍ଦ ପ୍ରମୁଖ ଯୋଗଦେଇ ସ୍ୱର୍ଗତ ପଟେଲ ଓ ସ୍ୱର୍ଗତା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ।

ଜିଲା ସଭାପତି ଡାକ୍ତର ଶର୍ମା ସର୍ଦ୍ଧାର ପଟେଲ ଓ ସ୍ୱର୍ଗତା ଗାନ୍ଧୀଙ୍କ ଦେଶପ୍ରତି ଥିବା ଅବଦାନ ଓ ସେମାନଙ୍କ ଜୀବନାଦର୍ଶ ଉପରେ ଆଲୋକପାତ କରିଥିଲେ । ପ୍ରାରମ୍ଭରେ ଜିଲା ସଭାପତି ଡାକ୍ତର ଶର୍ମା କଂଗ୍ରେସ ଭବନ ପରିସରରେ ଥିବା ଜାତିରପିତା ମହାତ୍ମାଗାନ୍ଧୀଙ୍କ ପ୍ରତିମୂର୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିବା ସହ ସଭାଗୃହରେ ସର୍ଦ୍ଧାର ପଟେଲ ଓ ଇନ୍ଦିରା ଗାନ୍ଧୀଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ ପୂର୍ବକ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ।

Leave a Reply

Your email address will not be published. Required fields are marked *