ମାହାଙ୍ଗା ୩୧/୧୦/୨୦୨୫ (ଓଡିଶା ସମାଚାର /ଅଭୟ ଜେନା) -ବନଗୁରୀଆ ଗ୍ରାମର ଆରାଧ୍ୟ ଦେବତା ମା’ ବାଗେଶ୍ବରୀଙ୍କ ପୁଣ୍ୟ ପୀଠରେ ଶ୍ରୀରାଧାଙ୍କ ପାଦ ଦର୍ଶନ ଓ ଶ୍ରୀମଦ ଭଗବତ ପାରାୟଣ ଉତ୍ସବ ଉଦଘାଟିତ ହୋଇଯାଇଛି । ସପ୍ତାହ ବ୍ୟାପୀ ଆୟୋଜିତ ଏହି ଆଧ୍ୟାତ୍ମିକ ଉତ୍ସବରେ ଶ୍ରୀମଦ ଭାଗବତ କଥାମୃତ ପଠନ, ଶ୍ରବଣ ଏବଂ ଆଲୋଚନା ସହିତ, ଗ୍ରାମାଞ୍ଚଳରେ ଭାଗବତ ପାଠ ପ୍ରତି ଜାଗରଣ ସୃଷ୍ଟି କରିଆସୁଥିବା ପ୍ରତିଷ୍ଠିତ ବ୍ୟକ୍ତି ମାନଙ୍କୁ ସମ୍ମାନିତ କରାଯିବାର କାର୍ଯ୍ୟକ୍ରମ ରହିଛି ।

ଭାଗବତ ଗ୍ରନ୍ଥ ହେଉଛି ଓଡ଼ିଆ ଜାତିର ମହାର୍ଘ୍ୟ ସମ୍ପଦ । ପ୍ରତିଟି ପରିବାର ଏହି ଭଗବତ ସତ୍ତାକୁ ଅନୁଭବ କରିବାପାଇଁ,ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ବାଗେଶ୍ବରୀ ପୂଜା କମିଟି ପକ୍ଷରୁ ଏହି ଆଧ୍ୟାତ୍ମିକ ଓ ସାଂସ୍କୃତିକ ଉତ୍ସବ ଆୟୋଜନ କରାଯାଇଛି । ଶ୍ରୀମଦ ଭାଗବତ ଶ୍ରବଣ ଏବଂ ହରିହାଟରେ ପ୍ରସାଦ ସେବନ ପାଇଁ ବହୁ ଶ୍ରଦ୍ଧାଳୁ ମାଆଙ୍କ ପୀଠରେ ଉପସ୍ଥିତ ଥିଲେ । ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ଅଂଚଳରୁ ବହୁ ବୁଦ୍ଧିଜୀବୀ, ସାମାଜିକକର୍ମୀ, କବି, ସାହିତ୍ୟିକ, ନିର୍ବାଚିତ ଜନ ପ୍ରତିନିଧି,ସଂସ୍କୃତି ପ୍ରେମୀ ବ୍ୟକ୍ତିମାନେ ଯୋଗଦାନ କରିଥିଲେ ।
