କନ୍ଦରପୁର ରେ ଆଉ ଏକ ଜାତୀୟକରଣ କାନାଡ଼ା ବ୍ୟାଙ୍କ ଖୋଲିଲା 

କଟକ ସଦର, ୩୧/୧୦/୨୦୨୫ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): କଟକ ସଦର ଅନ୍ତର୍ଗତ କନ୍ଦରପୁର ଛକ ଠାରେ ଆଜି ଶୁକ୍ରବାର ପୂର୍ବାହ୍ନରେ ଜାତୀୟକରଣ କାନାଡ଼ା ବ୍ୟାଙ୍କ ଶାଖା ଉଦ୍ଘାଟିତ ହୋଇଛି। ଏହାକୁ କାନାଡ଼ା ବ୍ୟାଙ୍କ ଓଡ଼ିଶା ମୂଖ୍ୟ ଜଗଦୀଶ ଚନ୍ଦ୍ର ଓ କଟକ ସଦର ଉପ ଜିଲ୍ଲାପାଳ ଦିବ୍ୟଜ୍ୟୋତି ସ୍ମୃତି ରଞ୍ଜନ ଦେଓ ଉଦ୍ଘାଟନ କରିଥିଲେ।

ଏହି ଅବସରରେ ବିଭାଜନ ମୂଖ୍ୟ ତାପସ ରଞ୍ଜନ ବେହେରା ଙ୍କ ପୈ।ରୋହିତ୍ୟରେ ଆୟୋଜିତ ସଭାରେ ଉଦଘାଟକ ଜଗଦୀଶ ଚନ୍ଦ୍ର, ସ୍ମୃତି ରଞ୍ଜନ ଦେଓ ଙ୍କ ସମେତ ଆଞ୍ଚଳିକ ମୂଖ୍ୟ ଟି ଅକିଲା, କନ୍ଦରପୁର ଥାନା ଅଧିକାରୀ ଆର୍ତ୍ତତ୍ରାଣ ସେଠୀ,ଯୁବ ସମାଜସେବୀ ଦେବେନ୍ଦ୍ର ନାଥ ମହାନ୍ତି, ଜାଭିୟର ହାଇସ୍କୁଲ ର ନିର୍ଦେଶିକା ବୈଜୟନ୍ତୀ ଜେନା ପ୍ରମୁଖ ଯୋଗ ଦେଇଥିଲେ। ସବୁ ବ୍ୟାଙ୍କ ଅପେକ୍ଷା କାନାଡ଼ା ବ୍ୟାଙ୍କ ର ସ୍ୱତନ୍ତ୍ରତା ଉପରେ ଜଗଦୀଶ ଚନ୍ଦ୍ର ଆଲୋକପାତ କରିଥିଲେ।

ଏଥିରେ ସ୍ଥାନୀୟ ଆୟତପୁର ସରପଂଚ ରାକେଶ ବେହେରା ଙ୍କ ସମେତ ବହୁ ବ୍ୟକ୍ତିବିଶେଷ ଓ ଗ୍ରାହକ ମାନେ ଯୋଗ ଦେଇଥିଲେ। ଶେଷରେ ଶାଖା ପ୍ରବନ୍ଧକ ସୁମନ ଝା ଧନ୍ୟବାଦ ଅର୍ପଣ କରିଥିଲେ। ସୂଚନାଯୋଗ୍ୟ ଯେ କନ୍ଦରପୁର ଠାରେ ପୂର୍ବରୁ  ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ, ବ୍ୟାଙ୍କ୍ ଅଫ୍ ଇଣ୍ଡିଆ ଦୁଇଟି ଜାତୀୟକରଣ ଵ୍ୟାଙ୍କ ସହିତ ରାଜ୍ୟ ସରକାର ଙ୍କ ର କଳିଙ୍ଗ ଗ୍ରାମ୍ୟ ବ୍ୟାଙ୍କ ଓ କୃଷକମାନଙ୍କର ମିନି ବ୍ୟାଙ୍କ କାର୍ଯ୍ୟ କରୁଛି।

Leave a Reply

Your email address will not be published. Required fields are marked *