ଏଟିଏମ୍ ପାଲଟିଛି ମୁଗ ଗଦା 

ଗରଦପୁର, ୦୪/୦୫/୨୦୨୪ (ଓଡ଼ିଶା ସମାଚାର)-  ଗରଦପୁର ବ୍ଲକ୍ ଅନ୍ତର୍ଗତ ଗରଦପୁର ଠାରେ ଥିବା ଷ୍ଟେଟ୍ ବ୍ୟାଙ୍କ ପାଲଟିଛି ମୁଗ ଗଦା । ଏଟିଏମ୍ ଭିତରେ ମୁଗ ଗଦା ହୋଇଥିବା ଦେଖିବାକୁ ମିଳିଛି । ବ୍ଲକ୍ର କୋରୁଆ, ମାହାଳ, ପଳସୁଧା, ତଳକୁସୁମା, ଗରଦପୁର ଇତ୍ୟାଦି ସ୍ଥାନରେ ଷ୍ଟେଟ୍ ବ୍ୟାଙ୍କ ଏଟିଏମ୍ ଜନସାଧାରଣଙ୍କୁ ସେବା ପ୍ରଦାନ କରୁଛି । ତେବେ ଗରଦପୁର ଠାରେ ଥିବା ଏଟିଏମ୍ ବାରଣ୍ଡାରେ କେହି ବ୍ୟକ୍ତି ଶୁଖିଲା ମୁଗ ଗୋଛା ଗଦା କରିଥିବା ଦେଖାଯାଇଛି । ଖାଲି ସେତିକି ନୁହେଁ ଏହି ସ୍ଥାନକୁ ପାର୍କିଂ ଭଳି ବ୍ୟବହାର କରି କେହି କେହିି ନିଜ ମୋଟର ସାଇକେଲକୁ ସୁରକ୍ଷିତ ଭାବେ ଏଟିଏମ୍ ବାରଣ୍ଡାରେ ରଖିଦେଉଛନ୍ତି । ବାରଣ୍ଡାରେ ମୁଗ ଗଦା ଏବଂ ମୋଟର ସାଇକେଲ ରହିବା ଦ୍ୱାରା ଏଟିଏମ୍ ଭିତରକୁ ଟଙ୍କା ଉଠାଣ ପାଇଁ ଯାଉଥିବା ଗ୍ରାହକ ବହୁ ଅସୁବିଧାର ସମ୍ମୁଖିନ ହେଉଛନ୍ତି । ତେଣୁ ଉଚ୍ଚ କର୍ତୃପକ୍ଷ ଏଟିଏମ୍ ବାରଣ୍ଡାକୁ ଜବର ଦଖଲ ମୁକ୍ତ କରିବା ସହିତ ବିହିତ ପଦକ୍ଷେପ ନେବାକୁ ଜନସାଧାରଣରେ ଦାବି ହେଉଛି ।

Leave a Reply

Your email address will not be published. Required fields are marked *