ଲକ୍ଷ୍ମୀପୁର ୨୦/୧ ୧ /୨୫(ଓଡ଼ିଶା ସମାଚାର/ପ୍ରମୋଦ କୁମାର ଜେନା)-ଲକ୍ଷ୍ମୀପୁର ସ୍ଥିତ ଶାଙ୍ଗାନା ଉଚ୍ଚ ବିଦ୍ୟାଳୟ ରେ ଲକ୍ଷ୍ମୀପୁର ବ୍ଲକ୍ ସ୍ତରୀୟ ବିଜ୍ଞନମେଳା ଗୋଷ୍ଠୀ ଶିକ୍ଷା ଅଧିକାରୀ ରୀତା ମହାନ୍ତି ଙ୍କ ସଭାପତିତ୍ବ ରେ ଅନୁଷ୍ଠିତ ହୋଇ ଯାଇଛି।ଉକ୍ତ ମେଳାରେ ମୁଖ୍ୟ ଅତିଥି ଭାବେ ବିଧାୟକ ପବିତ୍ର ସାଉନ୍ତା ଯୋଗ ଦେଇ ଆନୁଷ୍ଠାନିକ ଭାବେ ମେଳା କୁ ଉଦ୍ଘାଟନ କରିଥିଲେ।
ମେଳାରେ ବାଲ ବୈଜ୍ଞାନିକ ପ୍ରଦର୍ଶନୀ ଓ ରାଷ୍ଟ୍ରୀୟ ଆବିଷ୍କାର ଅଭିଯାନ ଅଧୀନରେ ଲକ୍ଷ୍ମୀପୁର ବ୍ଲକ୍ ର ୩୮ ଟି ବିଦ୍ୟାଳୟରୁ ୮୬ ଟି ପ୍ରକଳ୍ପ ପ୍ରଦର୍ଶିତ ହୋଇ ଥିଲା। ସେଥି ମଧ୍ୟରୁ ସାତଟି ବିଭାଗରେ ଶ୍ରେଷ୍ଠ ସାତଟି ପ୍ରକଳ୍ପ ଜିଲ୍ଲା ସ୍ତରକୁ ମନୋନୀତ ହୋଇଛି।ଉକ୍ତ ମେଳାରେ ସମ୍ମାନିତ ଅତିଥି ଭାବେ ପୂର୍ବତନ ସାଂସଦ ଝିନ ହିଲକା,ପଞ୍ଚାୟତ ସମିତି ଅଧ୍ୟକ୍ଷା ଶୁଆଇ କୁଲେସିକା,ଉପ ଅଧ୍ୟକ୍ଷା ଆରତୀ କୁଲଦୀପ,ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ମଦନ ମୁଦୁଲି,ବିଭୂତି ଭୂଷଣ ତାକ୍ରୀ ପ୍ରମୁଖ ଯୋଗ ଦେଇ ଥିଲେ।ସାଂଗଠାନିକ ସମ୍ପାଦକ ଭାବେ ପ୍ରଧାନ ଶିକ୍ଷକ ଗୋପାଳ ମଣ୍ଡଳ ଉପସ୍ଥିତ ଥିବା ବେଳେ ବିଜ୍ଞାନ ଶିକ୍ଷକ ଗୋଲକ ଚନ୍ଦ୍ର ଲେଙ୍କା ମେଳା ପରିଚାଳନା କରିଥିଲେ।
ଉକ୍ତ ମେଳାରେ ବିଚାରକ ଭାବେ ସୁନାବେଡ଼ା ଜଗନ୍ନାଥ ବିଦ୍ୟାପୀଠ ର ସିଦ୍ଧାର୍ଥ ଶଙ୍କର ମହାପାତ୍ର,କୋରାପୁଟ ପୋଲିସ୍ ଉଚ୍ଚ ବିଦ୍ୟାଳୟର ମାନସ ରଞ୍ଜନ ପଣ୍ଡା,ଲକ୍ଷ୍ମୀପୁର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଯଶୋବନ୍ତ ଗରଡ଼ା, ଶୀତଳ ପ୍ରସାଦ ଦାସ, ବୁର୍ଯା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଚିଦାନନ୍ଦ ଲେଙ୍କା ଓ ନାରାୟଣ ପାଟଣା ଉଚ୍ଚ ବିଦ୍ୟାଳୟର ସନ୍ତୋଷ ଡାକୁଆ ଯୋଗ ଦେଇ ପ୍ରକଳ୍ପ ଗୁଡ଼ିକୁ ମୂଲ୍ୟାୟନ କରିଥିଲେ। ଶେଷରେ ସମସ୍ତ କୃତି ପ୍ରତି ଯୋଗୀଙ୍କୁ ମାନପତ୍ର ସହ ଟ୍ରଫି ପ୍ରଦାନ କରା ଯାଇଥିଲା। ଉକ୍ତ କାର୍ଯ୍ୟକ୍ରମରେ ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ଓ ସ୍ବେଛାସେବୀ ଛାତ୍ର ଛାତ୍ରୀ ସହଯୋଗ କରିଥିବା ବେଳେ ଶେଷରେ ଶିକ୍ଷୟତ୍ରୀ ରାଜେଶ୍ୱରୀ ଲବଲା ଧନ୍ୟବାଦ ଅର୍ପଣ କରିଥିଲେ।ଶାନ୍ତି ଶୃଙ୍ଖଳାର ସହ ମେଳା ଶେଷ ହୋଇ ଥିବାରୁ ସଭାପତି ଓ ସମ୍ପାଦକ ସମସ୍ତଙ୍କୁ ଧନ୍ୟବାଦ୍ ଅର୍ପଣ କରିଥିଲେ।
