ଜିନ୍ଦଲ ଷ୍ଟେନ୍ ଲେସ୍ ଶ୍ଟିଲ ପ୍ଲାଣ୍ଟ ରେ ବିପିଏନଏସଆଇ ର କର୍ମଶାଳା।

କଳିଙ୍ଗ ନଗର, ୧୯/୦୩/୨୦୨୪ (ଓଡ଼ିଶା ସମାଚାର)- ଭାରତ ସରକାରଙ୍କ ଇସ୍ପାତ ମନ୍ତ୍ରଣାଳୟ ଅଧୀନସ୍ଥ ବିଜୁ ପଟ୍ଟନାୟକ ଜାତୀୟ ଇସ୍ପାତ ପ୍ରତିଷ୍ଠାନ ଯାଜପୁର କଳିଙ୍ଗ ନଗର ଠାରେ ଅବସ୍ଥିତ ଜିନ୍ଦଲ ଷ୍ଟେନ୍ ଲେସ୍ ଶ୍ଟିଲ କାରଖାନା ରେ ଷ୍ଟେନଲେସ୍ ଶ୍ଟିଲ ମେକିଂଗ, ପ୍ରସେସ୍ ଡିଟେଲ୍ ଏବଂ ଇମୋସନାଲ ଇଂନ୍ଟେଲିଜେନ୍ସ ଏବଂ ମେନ୍ଟେନାନ୍ସ ମ୍ୟାନେଜମେଂଟ ସଂବନ୍ଧୀୟ କର୍ମଶାଳା ଆୟୋଜନ କରିଥିଲେ।
କର୍ମଶାଳା ର ଆରମ୍ଭ ରେ ଜିନ୍ଦଲ ଷ୍ଟେନ୍ ଲେସ୍ ଲିଃ ର ମାନବ ସମ୍ବଳ ମୂଖ୍ୟ ଶ୍ରୀ ରାକେଶ ପାଠକ ବିପିଏନଏସଆଇ ର କର୍ମଚାରୀ ମାନଙ୍କୁ ସ୍ୱାଗତ କରିଥିଲେ ଏବଂ ପ୍ରଫେସନାଲ ପ୍ରି ପ୍ରୋଗ୍ରାମ୍ କର୍ମଶାଳା ର ମହତ୍ୱ ବୁଝାଇବା ସହିତ କର୍ମଶାଳା ର ସଫଳ କାମନା କରିଥିଲେ।
ବିପିଏନଏସଆଇ ତରଫରୁ , ଡଃ ସ୍ନିଗ୍ଧା ଘୋଷ୍, ଆସିସ୍ଟାନ୍ଟ ପ୍ରଫେସର, ଆଇ ଆଇ ଟି, ଭୁବନେଶ୍ୱର ଷ୍ଟେନ୍ ଲେସ୍ ଶ୍ଟିଲ ମେକିଂଗ, ବିଭିନ୍ନ ପ୍ରସେସ୍ ବିଷୟ ରେ ବିସ୍ତୃତ ବିବରଣୀ ଜିନ୍ଦଲ ଷ୍ଟେନ୍ ଲେସ୍ ଶ୍ଟିଲ ପ୍ଲାଣ୍ଟ ର ଇଂଜିନିୟର ମାନଙ୍କୁ ପଢାଇବା ସଂଗେ ସଂଗେ ସେମାନଙ୍କ ପ୍ରଶ୍ନ ର ଉତ୍ତର ଦେଇଥିଲେ। ଅପରାହ୍ନ ରେ ଡ ସୀମାନ୍ତ ମହାନ୍ତି ଇମୋସନାଲ ଇଂନ୍ଟେଲିଜେନ୍ସ ସଂବନ୍ଧୀୟ ଦୀକ୍ଷାନ୍ତ ଭାଷଣ କର୍ମଶାଳା ରେ ଉପସ୍ଥାପନ କରିଥିଲେ। କର୍ମଶାଳା ର ଦ୍ୱିତୀୟ ଦିବସ ରେ ଅନୁଷ୍ଠାନ ର ନିର୍ଦ୍ଦେଶକ ଶ୍ରୀ ପ୍ରୀତମ୍ ପୁରକାୟସ୍ଥ ସ୍ବାଗତ ଭାଷଣ ଭିଡିଓ କନଫରେନ୍ସ ମାଧ୍ୟମ ରେ ଅନୁଷ୍ଠାନ ର କାର୍ୟ୍ୟ ଖସଡା, ଉପାଦେୟତା ଏବଂ ଇସ୍ପାତ ଶିଳ୍ପ ବିଷୟ ରେ ଗୁରୁତ୍ବପୂର୍ଣ୍ଣ ତଥ୍ୟଉପସ୍ଥାପନ କରିଥିଲେ। ପରେ ପରେ ବିପିଏନଏସଆଇ ରେ କାର୍ୟ୍ୟରତ ଶୁଶ୍ରୀ ଇତିଶ୍ରୀ ରାଉତ ମେଂଟେନାନ୍ସ ମ୍ୟାନେଜମେଂଟ ବିଷୟ ରେ ନିଜ ଶୈକ୍ଷଣିକ ସଂଦର୍ଭ ଉପସ୍ଥାପନା କରୁଥିଲେ। ପରବର୍ତ୍ତୀ ସମୟରେ ଡଃ ବ୍ରହ୍ମ ଦେଓ, ପ୍ରଫେସର, ଆଇ ଆଇ ଟି ଭୁବନେଶ୍ୱର ପ୍ରେଡିକ୍ଟିଭ୍ ଆଣ୍ଡ ପ୍ରିଭେଣ୍ଟିଭ ମେନ୍ଟେନାନ୍ସ ଥ୍ଋ ଡିଜିଟାଲ୍ ଟ୍ଵିନ୍ ଟେକ୍ନୋଲୋଜି ବିଷୟ ରେ ଦୂରଭାଷ ମାଧ୍ୟମ ରେ ପ୍ରାନଜଳ ଭାବରେ ବୁଝାଇ ଥିଲେ। ଶେଷ ରେ ଜିନ୍ଦଲ ଷ୍ଟେନ୍ ଲେସ୍ ଶ୍ଟିଲ ପ୍ଲାଣ୍ଟ ର ମାନବ ସମ୍ବଳ ଅଧିକାରୀ ଶ୍ରୀ ଶ୍ୟାମ ତ୍ରିପାଠୀ ବିଜୁ ପଟ୍ଟନାୟକ ଜାତୀୟ ଇସ୍ପାତ ପ୍ରତିଷ୍ଠାନର ପ୍ରଫେସନାଲ ପ୍ରି ପ୍ରୋଗ୍ରାମ୍ କର୍ମଶାଳା ର ମହତ୍ବ ଏବଂ ଗୁରୁତ୍ୱ ପଚାରି ବୁଝିଥିଲେ ଏବଂ କର୍ମଶାଳା କୁ ପ୍ରଶଂସା କରିଥିଲେ। କର୍ମଶାଳାରେ ଉପସ୍ଥିତ ସମସ୍ତ ଶ୍ରୋତା ଇଂଜିନିୟର ମାନେ ମଧ୍ୟ ଶିକ୍ଷା ଗ୍ରହଣ କରିବା ସାଥେ ସାଥେ ପ୍ରଶଂସା ପ୍ରଦାନ କରିଥିଲେ। କର୍ମଶାଳା ରେ ବିପିଏନଏସଆଇ ର ଶୁଶ୍ରୀ ଶାଶ୍ୱତୀ ମହାନ୍ତି, ଶୁଶ୍ରୀ ଇତିଶ୍ରୀ ରାଉତ ଏବଂ ଶ୍ରୀଯୁକ୍ତ ଭରତ ପ୍ରସାଦ ଶର୍ମା ଉପସ୍ଥିତ ଥିଲେ। ବିଜୁ ପଟ୍ଟନାୟକ ଜାତୀୟ ଇସ୍ପାତ ପ୍ରତିଷ୍ଠାନ ର ପ୍ରଫେସର ସତ୍ୟପ୍ରିୟ ଶତପଥୀ କର୍ମଶାଳା ସଂଚାଳନ କରିଥିଲେ।

Leave a Reply

Your email address will not be published. Required fields are marked *