ଦୁର୍ନୀତି ନିବାରଣ ସପ୍ତାହ ପାଳନ ଅବସରରେ ସଚେତନତା ଶୋଭାଯାତ୍ରା ଆୟୋଜିତ

ଜଗତସିଂହପୁର,୩୧/୧୦/୨୦୨୫ (ଓଡ଼ିଶା ସମାଚାର)-ତା ୨୭.୧୦.୨୦୨୫ରିଖ ଠାରୁ ୦୨.୧୧.୨୦୨୫ରିଖ ପର୍ଯ୍ୟନ୍ତ ଜିଲ୍ଲା ରେ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ-୨୦୨୫ ପାଳନ କରାଯାଉଛି। ଏହି ପରିପ୍ରେକ୍ଷୀରେ ଆଜି ପୂର୍ବାହ୍ନ ରେ ଏକ ଦୁର୍ନୀତି ନିବାରଣ ସଚେତନତା ଶୋଭାଯାତ୍ରା ସ୍ଥାନୀୟ ଶ୍ରୀକୃଷ୍ଣ ଏକାଡେମୀ ଠାରୁ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଯାଇଛି।

ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଜ୍ୟୋତି ଶଙ୍କର ରାୟ,ଏହି ଶୋଭାଯାତ୍ରା ଏବଂ ଏକ ସଚେତନତା ରଥ ର ଶୁଭାରମ୍ଭ କରିଥିଲେ। ଶୋଭାଯାତ୍ରା ରେ ବିଦ୍ୟାଳୟ ଛାତ୍ରଛାତ୍ରୀ, ଶିକ୍ଷକ ଶିକ୍ଷୟିତ୍ରୀ, ଜନ ସାଧାରଣ, ସହର ର ବୁଦ୍ଧିଜୀବି,ସ୍ବୟଂ ସହାୟକ ଗୋଷ୍ଠୀ ମା ମାନେ ଯୋଗଦେଇ ଦୁର୍ନୀତି ନିବାରଣ ସମ୍ପର୍କୀୟ ସ୍ଲୋଗାନ ଦେଇ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସମ୍ମୁଖସ୍ଥ ପଡ଼ିଆ ପର୍ଯ୍ୟନ୍ତ ଯାଇଥିଲେ। ସେଠାରେ ସ୍ବୟଂ ସହାୟକ ଗୋଷ୍ଠୀ ମା ମାନେ ଦୁର୍ନୀତି ବିରୋଧୀ ରଙ୍ଗୋଲି କରିଥିଲେ। ଦୁର୍ନୀତି ନିବାରଣ ବିଭାଗ ପକ୍ଷରୁ ଏକ ସଚେତନତା ରଥ ସହର ରେ ବୁଲି ଦୁର୍ନୀତି ବିରୁଦ୍ଧ ରେ ନାରା ଓ ସଚେତନତା ବାର୍ତ୍ତା ପ୍ରଚାର କରିଥିଲା।

ଏହି କାର୍ଯ୍ୟକ୍ରମ ରେ ଦୁର୍ନୀତି ନିବାରଣ ବିଭାଗର ଉପ ଆରକ୍ଷୀ ଅଧିକ୍ଷକ ଶ୍ରୀମତୀ ଅନୁପମା ସାହୁ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଶ୍ରୀମତୀ ପ୍ରତିଚୀ ତନୟା ମହାନ୍ତି, ଦୁର୍ନୀତି ନିବାରଣ ବିଭାଗର ଇନ୍ସପେକ୍ଟର ସିଦ୍ଧାର୍ଥ କୁମାର ରାଉତ, ଜିଲ୍ଲା ସ୍ତରୀୟ ଅଧିକାରୀ , କର୍ମଚାରୀ ତଥା ଗଣମାଧ୍ୟମର ପ୍ରତିନିଧି ପ୍ରମୁଖ ଉପସ୍ଥିତ ରହି ଶୋଭାଯାତ୍ରାରେ ଭାଗ ନେଇଥିଲେ ।

Leave a Reply

Your email address will not be published. Required fields are marked *