ରାଷ୍ଟ୍ରୀୟ ଏକତା ଦିବସ ଅବସରରେ ବଡ଼ବିଲ ପୋଲିସ ପକ୍ଷରୁ ‘ୱାକ୍ ଏ ଥନ୍’ କାର୍ଯ୍ୟକ୍ରମ  ।

ବଡ଼ବିଲ,୩୧/୧୦/୨୦୨୫ (ଓଡ଼ିଶା ସମାଚାର)- ଆଜି ଲୌହ ପୁରୁଷ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ୧୫୦ ତମ ଜନ୍ମ ଜୟନ୍ତୀ ଅବସରରେ ସାରା ଦେଶରେ ରାଷ୍ଟ୍ରୀୟ ଏକତା ଦିବସ ପାଳିତ ହେଉଛି । ଏହି ପରିପ୍ରେକ୍ଷୀରେ“ଏକତା ପାଇଁ ଦୌଡ଼ (Run for Unity)” ଶୀର୍ଷକରେ ବଡ଼ବିଲ ପୋଲିସ ପକ୍ଷରୁ ‘ୱାକ୍ ଏ ଥନ୍’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।

ଶୁକ୍ରବାର ସକାଳ ୮ଟାରେ  ବଡ଼ବିଲ କିରିବୁରୁ ଛକ ଠାରୁ ପଦଯାତ୍ରା ଆରମ୍ଭ ହୋଇ ସହ ସହର ପରିକ୍ରମା କରିବା ପରେ ବିକାଶମହଲ ପଡ଼ିଆରେ ପହଞ୍ଚିଥିଲା । ଏକତାର ନାରା ଦେଇ ବଡ଼ବିଲ ପୋଲିସ ସହ ବିଭିନ୍ନ ସଙ୍ଗଠନ, କଲେଜ୍ ଏବଂ ଆଇଟିଆଇର ଛାତ୍ରଛାତ୍ରୀ ପଦଯାତ୍ରାରେ ସାମିଲ ହୋଇଥିଲେ । ଶେଷରେ ସ୍ଥାନୀୟ ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀଙ୍କ ମଧ୍ୟରେ ଅନୁଷ୍ଠିତ ବିତର୍କ ପ୍ରତିଯୋଗିତାର କୃତୀମାନଙ୍କୁ ପୁରସ୍କୃତ କରାଯାଇଥିଲା ।

Leave a Reply

Your email address will not be published. Required fields are marked *