ଜନାର୍ଦ୍ଦନପୁର ନବଗ୍ରହ ପୂଜା କମିଟି ପକ୍ଷରୁ ସମ୍ବର୍ଦ୍ଧନା 

ନିଶ୍ଚିନ୍ତକୋଇଲି,୧୨/୦୫/୨୦୨୪ (ଓଡିଶା ସମାଚାର /ଅଭୟ ଜେନା)- ଜନାର୍ଦ୍ଦନପୁର ଠାରେ ପ୍ରସିଦ୍ଧ ଶନିଶ୍ଚରଯଜ୍ଞ ଓ ଜଳାଭିଷେକ ଯାତ୍ରା ଅବସରରେ ନବଗ୍ରହ ପୂଜା କମିଟି ପକ୍ଷରୁ ଏକ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଅନୁଷ୍ଠାନ ର କର୍ମକର୍ତ୍ତା ଓ ସଦସ୍ୟ ମାନେ ମଞ୍ଚରେ ଉପସ୍ଥିତ ରହି କାର୍ଯ୍ୟକ୍ରମ କୁ ସଂଚାଳନ କରିଥିଲେ । ନବଗ୍ରହ ପୂଜା କମିଟି ର ସଭାପତି ପ୍ରତାପଚନ୍ଦ୍ର ପାତ୍ର, ସମ୍ପାଦକ ଅଜିତ କୁମାର ସାହୁ, ସମିତି ସଭ୍ୟ ରଞ୍ଜନ କୁମାର ବେହେରା,ସାମ୍ବାଦିକ ଅଭୟ ଜେନା ଓ ଅକ୍ଷୟ ଦାଶ ଙ୍କୁ ଅନୁଷ୍ଠାନ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି ଅବସରରେ କମିଟି ର ସଦସ୍ୟ ପ୍ରମୋଦ କୁମାର ସାହୁ, ସୁବାଷ ଚନ୍ଦ୍ର ବାରିକ, ସନ୍ଦୀପ ପାତ୍ର, ବ୍ରଜ ବନ୍ଧୁ ବେହେରା, ବିଶ୍ୱ ଭୂଷଣ ବେହେରା, ସୁବାଶିଷ ଷଡ଼ଙ୍ଗୀ, ରାଜେଶ ବେହେରା ବେହେରା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

Leave a Reply

Your email address will not be published. Required fields are marked *