ରନ୍ଧନଗ୍ୟାସ ବୃଦ୍ଧିକୁ ନେଇ ଉପଭୋକ୍ତା ମହାସଂଘ ପକ୍ଷରୁ ତୀବ ପ୍ରତିବାଦ

ଭୁବନେଶ୍ୱର,୦୮/୦୩/୨୦୨୬ (ଓଡ଼ିଶା ସମାଚାର)-ରନ୍ଧନଗ୍ୟାସ ସିଲିଣ୍ଡର ପିଛା କେନ୍ଦ୍ର ସରକାର ୬୦ ଟଙ୍କା ବୃଦ୍ଧି କରିବାରୁ “ଓଡ଼ିଶା ରନ୍ଧନ ଗ୍ୟାସ ଉପଭୋକ୍ତା ମହାସଂଘ” ତୀବ୍ର ବିରୋଧ କରିଛି । ଉପଭୋକ୍ତା ସଂଘର ସଭାପତି ଶ୍ରୀଯୁକ୍ତ ଦିଗମ୍ବର ଜେନା କେନ୍ଦ୍ର ସରକାରଙ୍କ ନିକଟରେ ଦାବି କରି କହିଛନ୍ତି ଗତ ୧୧ ମାସ ତଳେ ସରକାର ସିଲିଣ୍ଡର ପିଛା ୫୦ ଟଙ୍କା ବୃଦ୍ଧି କରିଥିଲେ ।

ବଡ଼ ଦୁଃଖର ବିଷୟ ଯୁଦ୍ଧ ପାଇଁ ଏଭଳି ଅହେତୁକ ଭାବେ ଗ୍ୟାସ ଦର ବୃଦ୍ଧି କରିବା ଯଥାର୍ଥ ନୁହେଁ । ଗ୍ୟାସ୍ ଡିଲରମାନେ କୃତି୍ରମ ଅଭାବ ଘଟାଇ ୪ଦିନ ହେବ ଉପଭୋକ୍ତାମାନଙ୍କୁ ଫେରାଇ ଅଧିକ ଚଢ଼ା ଦରରେ କଳାବଜାରୀ କରୁଛନ୍ତି । ସରକାର ତୁରନ୍ତ ଯୋଗାଣ ବିଭାଗ ଦ୍ୱାରା ତତ୍ପର ହୋଇ କଳା ବଜାରୀମାନଙ୍କୁ ରୋକିବାର ବ୍ୟବସ୍ଥା କରନ୍ତୁ । ଭାରତର ସର୍ବବୃହତମ ଯୋଗାଣକାରୀ କତାର ଏହାର ଏଲ୍.ଏନ୍.ଏଚ୍.ଜି. ପ୍ଲାନ୍ଟରେ ଉତ୍ପାଦନ ବନ୍ଦ ହୋଇଛି । ଭାରତ ଏହାର ଆବଶ୍ୟକତା ୪୦% ବାର୍ଷିକ ୨୭ ନିୟୁତ ଟନ୍ ବଜାରରୁ ଆମଦାନୀ କରେ । ବର୍ତମାନ ତାହା ବନ୍ଦ ହେବାଦ୍ୱାରା କୃତି୍ରମ ଅଭାବ ଦେଖାଦେଇଛି ।

ବର୍ତମାନ ବିଦୁ୍ୟତ୍ କମ୍ପାନୀମାନେ ମନଇଚ୍ଛା ବିଦୁ୍ୟତ୍ ଶୁଳ୍କ ବଢ଼ାଇବାରେ ଲାଗିଛନ୍ତି । ଜନସାଧାରଣ କି ପ୍ରକାରରେ ଜାଳେଣୀ ଇନ୍ଧନ ବ୍ୟବସ୍ଥା କରିବେ, ତାହା ବଡ଼ ଦୁଃଖର ବିଷୟ । ସରକାର ଯଦି ସତର୍କତା ଅବଲମ୍ବନ ନ କରନ୍ତି ଆଗକୁ ପରିସ୍ଥିତି ଜଟିଳ ଆକାର ଧାରଣ କରିବ । କଳାବଜାରକୁ ତୁରନ୍ତ ରୋକିବା ବ୍ୟବସ୍ଥା କରିବା ନିମନ୍ତେ ରନ୍ଧନ ଗ୍ୟାସ ଉପଭୋକ୍ତା ମହାସଂଘ ଦାବି କରିଛି ।

Leave a Reply

Your email address will not be published. Required fields are marked *