କଟକ ସଦର,୨୬/୦୯/୨୦୨୬ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): କମିଶନରେଟ କଟକ ମାଲଗୋଦାମ ଥାନା ଅନ୍ତର୍ଗତ କଲେଜ ଛକରେ ଥିବା ଏକ ଘରୋଇ ଚାଣକ୍ୟ ହସ୍ପିଟାଲରୁ ଆଜି ଶନିବାର ଦିନ ଜନୈକ କର୍ମଚାରୀଙ୍କର ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଥିବା ଜଣାପଡିଛି।

ମୃତ୍ୟୁର କାରଣ ଅସ୍ପଷ୍ଟ ରହିଥିବାବେଳେ ଏହାକୁ ହତ୍ୟା ବୋଲି ପରିବାର ଲୋକେ ଅଭିଯୋଗ କରିଛନ୍ତି। ମୃତକ କର୍ମଚାରୀ ମାହାଙ୍ଗା ଥାନା ଉଷୁନା ଗ୍ରାମର ବାପ ମାଙ୍କର ଏକମାତ୍ର ୨୮ ବର୍ଷ ର ପୁଅ ତପନ କୁମାର ବଳ ବୋଲି ଜଣା ପଡ଼ି ଥିବାବେଳେ ଶବକୁ ପୋଷ୍ଟ ମର୍ଟମ ପାଇଁ ପଠାଇ ପୋଲିସ ସାଇଣ୍ଟିଫିକ ଟିମ୍ ସହାୟତାରେ ଛାନଭିନ୍ ଚଳାଇଛନ୍ତି ।
