ଦଶରଥପୁର, ୩୧/୧୦/୨୦୨୫ (ଓଡ଼ିଶା ସମାଚାର)- ରାଷ୍ଟ୍ରୀୟ ଏକତା ଦିବସ ଅବସରରେ ଭାରତର ଏକତା ଓ ଅଖଣ୍ଡତାର ସୂତ୍ରଧର, ମହାନ୍ ସ୍ଵାଧୀନତା ସଂଗ୍ରାମୀ ଲୌହ ମାନବ ଭାରତ ରତ୍ନ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ୧୫୦ ତମ ଜୟନ୍ତୀ ଅବସରରେ ଆଜି ମଙ୍ଗଳପୁର ଥାନା ପୋଲିସ ତରଫରୁ ଆଇଆଇସି ଜଗଦିଶ କରଙ୍କ ନେତୃତ୍ୱରେ ଏକ ଗଣ ଦୌଡ଼ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।

ଏହି କାର୍ଯ୍ୟକ୍ରମରେ ମଙ୍ଗଳପୁର ଥାନାର ଆଇଆଇସି ଜଗଦୀଶ କର ସମସ୍ତଙ୍କୁ ଶପଥ ପାଠ କରାଇ ଥିଲେ । ଉକ୍ତ ଗଣ ଦୌଡ଼ କାର୍ଯ୍ୟକ୍ରମ ମଙ୍ଗଳପୁର ଥାନା ନିକଟରୁ ଆରମ୍ଭ ହୋଇ ମଙ୍ଗଳପୁର ବସ ଷ୍ଟାଣ୍ଡ ନିକଟରେ ଶେଷ ହୋଇଥିଲା। ଏହି ଗଣ ଦୌଡରେ ମଙ୍ଗଳପୁର ମହତାବ ସରକାରୀ ଉଚ୍ଚ ବିଦ୍ୟାଳୟର ଏନଏସଏସର ଛାତ୍ର ଛାତ୍ରୀଙ୍କ ସମେତ ମଙ୍ଗଳପୁର ଥାନାର ଏଏସଆଇ ସଂଯୁକ୍ତା ପଣ୍ଡା, ବିଜେପି ନେତା ପ୍ରମୋଦ କୁମାର ପଣ୍ଡା, ଉତ୍କଳ ସାମ୍ବାଦିକ ସଂଘର ସଭାପତି ଜୟପ୍ରକାଶ ନାୟକ, ପୋଲିସ କର୍ମଚାରୀ ପ୍ଲାବନ ମହାପାତ୍ର,ଅମୀୟ ପଣ୍ଡା, କାହ୍ନୁ ଯେନା , ଦିପ୍ତୀରଞ୍ଜନ ସାହୁ, ବିଜୟ କୁମାର ଦାସ, ଅକ୍ଷୟ କୁମାର ରାଉତ, ବସନ୍ତ ମଲ୍ଲିକ, କନିକାପଡା ପଞ୍ଚାୟତର ପୂର୍ବତନ ସମିତିସଭ୍ୟ ରାକେଶ କୁମାର ସାହୁ, ସମାଜସେବୀ ମହେଶ୍ୱର ଯେନାଙ୍କ ସମେତ ମଙ୍ଗଳପୁର ଅଂଚଳର ବହୁ ଜନସାଧାରଣ ଗଣ ଦୌଡରେ ସାମିଲ ହୋଇ ଥିଲେ ।

