ପୁରୀ ଗଜପତି ମହାରାଜାଙ୍କ ଭାଇ ଥାଟରାଜା ରଣାର୍ଣ୍ଣବ ଦେବଙ୍କ ବିୟୋଗରେ ଉପମୁଖ୍ୟମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହଦେଓ ଙ୍କ ଗଭୀର ଶୋକ ପ୍ରକାଶ 

ଭୁବନେଶ୍ୱର,୧୬/୦୬/୨୦୨୫ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ପୁରୀ ଗଜପତି ମହାରାଜାଙ୍କ ଭାଇ ଥାଟରାଜା ରଣାର୍ଣ୍ଣବ ଦେବଙ୍କ ବିୟୋଗରେ ଉପମୁଖ୍ୟମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହଦେଓ ଗଭୀର ଶୋକ ପ୍ରକାଶ କରିଛନ୍ତି ।

ଉପମୁଖ୍ୟମନ୍ତ୍ରୀ  ଶ୍ରୀ ସିଂହଦେଓ ସୋସିଆଲ ମିଡିଆ ଏକ୍ସ ରେ ଲେଖିଛନ୍ତି – ପୁରୀର ଥାଟରାଜା ରଣାର୍ଣ୍ଣବ ଦେବଙ୍କ ଦେହାନ୍ତ ବିଷୟରେ ଶୁଣି ମୁଁ ଗଭୀର ଭାବେ ଦୁଃଖିତ ଏବଂ ମର୍ମାହତ। ଶୋକସନ୍ତପ୍ତ ପରିବାରବର୍ଗଙ୍କ ପ୍ରତି ମୋର ଗଭୀର ସମବେଦନା ଜ୍ଞାପନ କରୁଛି। ଏହି ଅସହ୍ୟ ଦୁଃଖ ସମୟରେ ମହାପ୍ରଭୁ ଶ୍ରୀଜଗନ୍ନାଥ ସେମାନଙ୍କୁ ଧୈର୍ୟ୍ୟ ଓ ଅସୀମଶକ୍ତି ପ୍ରଦାନ କରନ୍ତୁ। ଦିବଂଗତ ଆତ୍ମା ର ଶାନ୍ତି ଓ ସଦଗତି ପାଇଁ ମହାପ୍ରଭୁଙ୍କ ନିକଟରେ ପ୍ରାର୍ଥନା କରୁଅଛି। ଓଁ ଶାନ୍ତି!

https://x.com/KVSinghDeo1/status/1934504938811662530?t=drkMOo05f-F8raETKcy2_w&s=08

Leave a Reply

Your email address will not be published. Required fields are marked *