କଟକ ସଦର, ୩୦/୧୦/୨୦୨୫(ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): କଟକ ସଦର ତଥା କିଶନନଗର ଥାନା ଅନ୍ତର୍ଗତ କଟକ ପାରାଦୀପ ରାସ୍ତା ର ସୋମପୁର ଠାରେ ଆଜି ଗୁରୁବାର ପୂର୍ବାହ୍ନରେ ଅଗ୍ରଣୀ ଇଂରାଜୀ ମାଧ୍ୟମ ‘ଉଇସଡମ ପବ୍ଲିକ ସ୍କୁଲ’ ପକ୍ଷରୁ କିଶନନଗର ଥାନା ଅଧିକାରିଣୀ ଦୂର୍ଗେଶ ନନ୍ଦିନୀ ମହାନ୍ତି ଙ୍କ ପରାମର୍ଶ କ୍ରମେ ନିର୍ଦେଶକ ବିବେକାନନ୍ଦ ଭୁୟାଁ ଙ୍କ ତତ୍ତ୍ୱାବଧାନରେ ଏଵଂ ପରିଚାଳନା ନିର୍ଦ୍ଦେଶକ ପ୍ରିତମ ଚୈ।ଧୁରୀଙ୍କ ପରିଚାଳନା ରେ ସଡ଼କ ସୁରକ୍ଷା ଜୀବନ ରକ୍ଷା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।

ଏଥିରେ ପିଲାମାନେ ରାସ୍ତା ରେ ବିନା ହେଲମେଟ ରେ ଯାଉଥିବା ଗାଡି ଚାଳକ ମାନଙ୍କୁ ଅଟକାଇ ଗୋଲାପ ଫୁଲ ଦେଇ ହେଲମେଟ ପିନ୍ଧିବାକୁ ନିବେଦନ କରିଥିଲେ। ବିଭିନ୍ନ ସମୟରେ ଉଇସଡମ୍ ସ୍କୁଲର ଏତାଦୃଶ ଅନେକ ଜନସଚେତନତା କାର୍ଯ୍ୟକ୍ରମ ଅଞ୍ଚଳରେ ଆଦୃତି ଲାଭ କରିଛି। ଏଥିରେ ଅନ୍ୟମାନଙ୍କ ମଧ୍ୟରେ ଗିତାଞ୍ଜଳି ନାୟକ,ଇସ୍ତାକ୍ ଅହମ୍ମଦ, ରଶ୍ମି ରଞ୍ଜନ ରଣା,ସାହେଵା ଅଞ୍ଜୁମ,ମୈ।ସୁମୀ ମହାନ୍ତି ପ୍ରମୁଖ ସାମିଲ ହୋଇଥିଲେ।
