କଟକ ସଦର, ୩୦/୧୦/୨୦୨୫(ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): ରାତି ଅଧରେ ଶାଶୁଙ୍କୁ ଵାହାରପଟୁ କବାଟ କିଳି ଅଢ଼େଇ ବର୍ଷର ଶିଶୁ କନ୍ୟା ସହ ସୁନା ରୂପା ଧରି ବୋହୂ ଫେରାର ହୋଇଯିଵା ଘଟଣା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ର ଵିଷୟ ହୋଇଛି। ପ୍ରକାଶ ଯେ କିଶନନଗର ଥାନା ପ୍ରହରାଜପୁର ପୋଖରୀ ହୁଡ଼ା ମୁସଲମାନ ବସ୍ତିର ନସରିନ୍ ପରୱ୍ୟିନ ଗତ ୨୫ ତାରିଖ ଶନିବାର ବିଳମ୍ବିତ ରାତିରେ ଶାଶୁ ଫଜଲିନ ଵିଵିଙ୍କୁ ବାହାର ପଟୁ କବାଟ ଦେଇ ଅଢ଼େଇ ବର୍ଷ ର ଶିଶୁ କନ୍ୟା ଅତିଫା ସହିତ ସୁନା ରୂପା ଧରି କେଉଁ ଆଡେ ପଳାଇଥିବା ଶାଶୁ ଥାନା ଅଭିଯୋଗ କରିଛନ୍ତି।
ଫେରାର ନସରିନ୍ ଙ୍କ ସ୍ୱାମୀ ଆଜାଦ୍ ବେଙ୍ଗାଳୁରୁ ରେ ରହି କାର୍ଯ୍ୟ କରୁଥିବା ବେଳେ ଘରେ ଶାଶୁ ବୋହୂ ଓ ଶିଶୁ କନ୍ୟା ରହୁଥିଲେ। ସୂଚନା ଅନୁଯାୟୀ ନସରିନ୍ ଉକ୍ତ ଦିନ ରାତିରେ ନିଶ୍ଚିନ୍ତକୋଇଲି ଅଞ୍ଚଳର ଏକ ଏଟିଏମ୍ କାଉଣ୍ଟରରୁ ଦୁଇ ଥରରେ ୨୦ ହଜାର ଟଙ୍କା ଉଠାଇ ନେଇଥିବା ପୋଲିସ ଜାଣିବାକୁ ପାଇବା ପରେ ସେହି ଦିଗକୁ ନେଇ ଏଵଂ ବୈଷୟିକ ଜ୍ଞାନକୌଶଳ ରେ ତଦନ୍ତ କୁ ତ୍ୱରାନ୍ୱିତ କରିଥିବା ଜଣାଯାଇଛି। ତେବେ ଏହା ଏକ ପରକୀୟା ପ୍ରୀତି ହୋଇଥାଇ ପାରେ ବୋଲି ସାଧାରଣରେ ସନ୍ଦେହ ସୃଷ୍ଟି ହୋଇଛି।
