ଆମ୍ବ ତୋଳିବା ବେଳେ ଗଛରୁ ପଡି ବୃଦ୍ଧ ବ୍ୟକ୍ତିଙ୍କ ମୃତ୍ୟୁ

ବାଲିଗୁଡା,୦୫/୦୫/୨୦୨୫ (ଓଡିଶା ସମାଚାର/ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁ ଥାନା ଅଧୀନ ଗଦାପୁର ଗ୍ରାମର ବାଉରୀବନ୍ଧୁ ପାତ୍ର (୬୦) କୌଣସି କାରଣରୁ ଆମ୍ବଗଛ ଉପରୁ ତଳେ ପଡ଼ି ମୃତ୍ୟୁ ବରଣ କରିଥିବା ଜଣାପଡ଼ିଛି। ଖବର ନେବାରୁ ଜଣାପଡିଛି ଯେ, ବାଉରୀବନ୍ଧୁ ପାତ୍ର ଆମ୍ବୁଲ ପ୍ରସ୍ତୁତ ପାଇଁ ଗାଁ ପାଖ ଏକ ଆମ୍ବ ଗଛରେ ଚଢି ଆମ୍ବ ତୋଳୁ ଥିଲେ। ହେଲେ କୌଣସି କାରଣରୁ ଗଛ ଉପରୁ ତଳେ ପଡି ଯାଇ ଚେତା ହରାଇ ଥିଲେ।

ଏହି ଖବର ପାଈ ପରିବାର ସଦସ୍ୟ ଓ ଗ୍ରାମବାସୀ ଅଟୋ ଯୋଗେ ବ୍ରାହ୍ମଣୀଗାଁ ଡାକ୍ତରଖାନା ଚିକିତ୍ସା ପାଇଁ ପହଞ୍ଚାଇଥିଲେ। ହେଲେ ଡାକ୍ତର ବାଉରୀବନ୍ଧୁ ପାତ୍ରଙ୍କୁ ମୃତ ଘୋଷଣା କରିଥିଲେ। ଖବର ପାଇ ଏଏସଆଇ ରମାକାନ୍ତ ସେଠି ଓ ଏଏସଆଇ ଶଙ୍କର ୱାଡ଼ାକା ଡାକ୍ତଖାନାରେ ପହଞ୍ଚି ମୃତ୍ୟୁ ସମ୍ପର୍କରେ ପରିବାର ସଦସ୍ୟଙ୍କୁ ପଚରା ଉଚାରା କରିବା ସହିତ ମୃତ ଶରୀରକୁ ଜବତ କରି ଶବ ବ୍ୟବଚ୍ଛେଦ କରିବା ପରେ ପରିବାର ସଦସ୍ୟଙ୍କୁ ହସ୍ତାନ୍ତର କରିଥିବା ଜଣାପଡିଛି।

Leave a Reply

Your email address will not be published. Required fields are marked *