ପଞ୍ଚସଖା ସେବା ପରିଷଦ ସେବା ପାଇଁ ସମର୍ପିତ ଏକ ଅନନ୍ୟ ସଂଗଠନ 

କଟକ ୦୪/୦୪/୨୦୨୬ ( ଓଡିଶା ସମାଚାର /ଅଭୟ ଜେନା ) କଟକ ଚୈ।ଦ୍ୱ।ର ଅଞ୍ଚଳର ଉତ୍ସାହୀ ଯୁବକ ଲିଙ୍ଗରାଜ ସାହୁ, ସଂଗ୍ରାମ ଗିରି, ନୃସିଂହ ଚରଣ ସାହୁ,ଭୋଳାନାଥ ନାୟକ ,ପ୍ରସନ୍ନ କୁମାର ସାହୁ ,କାର୍ତ୍ତିକ ଚନ୍ଦ୍ର ନାୟକ, ଅଶୋକ ରାଉତରାୟ, ମାୟାଧର ପ୍ରଧାନ, ସଂଗ୍ରାମ ବାରିକ,ମଇନ ସ୍ୱାଇଁ,ମନୋଜ କୁମାର ନାୟକ, ବିରଞ୍ଚି ନାୟକଙ୍କ ସମେତ  ଉକ୍ତ ଅଞ୍ଚଳର କିଛି ଉତ୍ସାହୀ ଯୁବକମାନଙ୍କ ସହଯୋଗରେ ମାନବ ସେବା ହିଁ ମାଧବ ସେବାକୁ ଜୀବନର ଆଦର୍ଶ ଭାବେ ଗ୍ରହଣ କରି ମାନବ ସମାଜର କଲ୍ୟାଣ ଉଦ୍ଦେଶ୍ୟରେ ପଞ୍ଚସଖା ସେବା ପରିଷଦ ନାମରେ ଏକ ସାମାଜିକ ସଂଗଠନ ଗଠନ କରି ପୁରୀରେ ରଥଯାତ୍ରା ସମେତ ଆଖପାଖ ଅଞ୍ଚଳରେ ହେଉଥିବା ପର୍ବ ପର୍ବାଣୀ,ଜାନି ଯାତ୍ରା, ପ୍ରାକୃତିକ ଦୈବୀ ଦୁର୍ବିପାକ ଏବଂ ଗ୍ରୀଷ୍ମପ୍ରବାହ ସମୟରେ ଚୈ।ଦ୍ୱ।ର କଳିଙ୍ଗ ଛକ ନିକଟରେ ଜଳଛତ୍ର ଖୋଲି ବାଟୋଇ ମାନଙ୍କ ତୃଷା ନିବାରଣ ନିମନ୍ତେ ଦହିପଣା ଓ ଜଳ ବଣ୍ଟନ କରିଥାନ୍ତି।

ସବୁ ବର୍ଷ ପରି ଚଳିତ ବର୍ଷର ୧୪ ତାରିଖ ପଣା ସଂକ୍ରାନ୍ତି ଦିନ ଠାରୁ ଦହି ପାଣି ଓ ଲେମ୍ବୁ ପାଣି ବଣ୍ଟନ କରାଯିବ। ଏହି  ସେଵା କାର୍ଯ୍ୟକ୍ରମ ୨ ମାସ ପର୍ଯ୍ୟନ୍ତ ଚାଲିବ ବୋଲି ସଂଗଠନ ପକ୍ଷରୁ ସୂଚନା ଦିଆଯାଇଛି।ପଞ୍ଚସଖା ସେବା ପରିଷଦର ଏତାଦୃଶ ସେବା କାର୍ଯ୍ୟକ୍ରମ ସାଧାରଣରେ ବେଶ୍ ପ୍ରଶଂସିତ। ପଞ୍ଚସଖା ସେବା ପରିଷଦର ସଦସ୍ୟମାନେ ସେବା କାର୍ଯ୍ୟ ନିମନ୍ତେ ଓଡ଼ିଶା ବହୁ ଅନୁଷ୍ଠାନ ପକ୍ଷରୁ ପୁରସ୍କୃତ ହୋଇଛନ୍ତି। ସେମାନଙ୍କର ଏହିପରି ସେବାକାର୍ଯ୍ୟ ଜନ ସାଧାରଣଙ୍କ ପାଇଁ ଆଗାମୀ ଦିନରେ ପ୍ରେରଣାର ଉତ୍ସ ହେଉ ଏହାହିଁ  ସଭିଙ୍କ କାମନା।

Leave a Reply

Your email address will not be published. Required fields are marked *