କଲ୍ୟାଣପୁରରେ ଗାନ୍ଧିଜୀଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ ଓ ଜାତୀୟ ପତାକା ଉତ୍ତୋଳନ

 ମାହାଙ୍ଗା ୨୬/୦୧/୨୦୨୬ (ଓଡିଶା ସମାଚାର /ଅଭୟ ଜେନା) – ମାହାଙ୍ଗା ବ୍ଲକର କୁହୁଣ୍ଡା ପଞ୍ଚାୟତ ଅନ୍ତର୍ଗତ କଲ୍ୟାଣପୁର ଠାରେ ୭୭ ତମ ସାଧାରଣତନ୍ତ୍ର ଦିବସ ଏବଂ ଜାତିର ଜନକ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ଅନାବରଣ ଉତ୍ସବ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି  ।

ଏହି କାର୍ଯ୍ୟକ୍ରମରେ କୁଣ୍ଡି ପ୍ରାଥମିକ କୃଷି ସମବାୟ ସମିତିର ସଭାପତି ବରିଷ୍ଠ ସାମ୍ବାଦିକ ଅଖିଳେଶ ପଦ ମହାନ୍ତି ଅଧ୍ୟକ୍ଷତା କରିବା ସହିତ ଜାତୀୟ ପତାକା ଉତ୍ତୋଳନ କରିଥିଲେ । ଉତ୍ସବରେ ମୁଖ୍ୟ ଅତିଥି ଭାବେ  ସଂଗୀତ ନିର୍ଦ୍ଦେଶକ ବିଶ୍ୱନାଥ ପଲେଇ ଯୋଗଦେଇଥିଲେ  । ସ୍ଥାନୀୟ ସରପଞ୍ଚ ନଳିନୀପ୍ରଭା ପ୍ରଧାନ ଓ ସମିତିସଭ୍ୟା ସୁପ୍ରଭା ସାମଲ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ । କେବଳ ଜାତୀୟ ପତାକା ଉତ୍ତୋଳନ କିମ୍ବା ପ୍ରତିମୂର୍ତ୍ତି ଉଦଘାଟନ କରି ନିଜକୁ ଗର୍ବିତ ଅନୁଭବ କଲେ ହେବନାହିଁ,ସମସ୍ତଙ୍କ ଭିତରେ ଦେଶପ୍ରେମ ଓ ଜାତୀୟ ଭାବନା ଉଦ୍ରେକ ହେବାକୁ ଅତିଥି ମାନେ ଆହ୍ୱାନ ଦେଇଥିଲେ ।

 ଏହି ଉତ୍ସବରେ ପୂର୍ବତନ ସମିତିସଭ୍ୟ ନିହାର ପଣ୍ଡା, ପୂର୍ବତନ ସରପଞ୍ଚ ସୁବାସ ଚନ୍ଦ୍ର ବେହେରା, ସମାଜସେବୀ ଅଫସର ତୁଲ୍ଲା, ଶିକ୍ଷାବିତ ଅଲେଖ ଚନ୍ଦ୍ର ଦାସ, ନାଟ୍ୟକାର କିଶୋର ଚନ୍ଦ୍ର ଦାଶ, ପୂର୍ବତନ ପ୍ରଧାନଶିକ୍ଷକ ଅକ୍ଷୟ କୁମାର ପାଣି, ଡକ୍ଟର ଭାବଗ୍ରାହୀ ରାଉତ, ବରିଷ୍ଠ ନାଗରିକ ତଥା ଗ୍ରାମର ମୁରବୀ ସୁନାକର ବେହେରା, ସଂସ୍କୃତିପ୍ରେମୀ ଚନ୍ଦ୍ରମଣି ଦାଶ, ସମାଜସେବୀ ସୁଧୀର ମହାନ୍ତି,ସଂଗଠକ ନିରଞ୍ଜନ ମୁଦୁଲି,ଅବସରପ୍ରାପ୍ତ ସେନା ଅଧିକାରୀ ଗଣେଶ୍ୱର ସାମଲ,ସେନା ଅଧିକାରୀ ବନମାଳୀ ବାରିକ, ଅବସରପ୍ରାପ୍ତ ପୋଲିସ ଅଧିକାରୀ ତ୍ରିଲୋଚନ ବେହେରା,ପ୍ରଧାନଶିକ୍ଷକ ପ୍ରତାପ କିଶୋର ନାୟକ, ପ୍ରଧାନଶିକ୍ଷୟିତ୍ରୀ ସୌଦାମିନୀ ଶରଣ,ପୂର୍ବତନ ସରପଞ୍ଚ ହେମନ୍ତ ପ୍ରଧାନ, କ୍ରୀଡା ଶିକ୍ଷକ ଚକ୍ରଧର ବେହେରା,ମାଗୁଣି ସାମଲ,କ୍ରୀଡା ସଂଗଠକ ଜିତେନ୍ଦ୍ର ମହାନ୍ତି,ଜୀବନବିମା ଅଧିକାରୀ ଭାଗ୍ୟଧର ମହାନ୍ତି, ଏମବିକେ ଆରତୀ ନାୟକ, ରୋଜି ମହାପାତ୍ର, ଶିକ୍ଷୟିତ୍ରୀ ରଞ୍ଜୁଲତା ରାଉତ ପ୍ରମୁଖ ଏହି ଭବ୍ୟ ଉତ୍ସବରେ ଅତିଥି ଭାବେ ଯୋଗଦେବା ଦେଖିବାକୁ ମିଳିଥିଲା ।

ରଘୁନାଥ ସରକାରୀ ଉଚ୍ଚ ବିଦ୍ୟାପୀଠ କୋଠପଦା ଏବଂ କଲ୍ୟାଣପୁର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ସମସ୍ତ  ଶିକ୍ଷକ-ଶିକ୍ଷୟିତ୍ରୀଙ୍କ ସହିତ ସେନାବାହିନୀ ଓ ପୋଲିସ ବିଭାଗର ଅବସର ପ୍ରାପ୍ତ କର୍ମଚାରୀ, ବରିଷ୍ଠ ନାଗରିକ ଓ ଯୁବ ସାମ୍ବାଦିକ ମାନଙ୍କୁ କଲ୍ୟାଣପୁର ବଜାର କମିଟି ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା ।

  ଏହି ଉତ୍ସବକୁ ପୂର୍ବତନ ସମିତିସଭ୍ୟ ଲକ୍ଷ୍ମୀଧର ବେହେରା,ସୁମନ୍ତ କୁମାର ପଲେଇ, ପ୍ରକାଶ କୁମାର ବେହେରା,ସରୋଜ ଦାସ, କ୍ଷୀରୋଦ ଦାଶ, ରମେଶ ବେହେରା, ପ୍ରଣବ ବେହେରା,ବିଜୟ ଦାଶ, ଜଗନ୍ନାଥ ସାହୁ, ସୁକାନ୍ତ ପୃଷ୍ଟି, ତୁଷାର ମହାନ୍ତି, ସିଦ୍ଧେଶ୍ବର ବେହେରା,କେଦାରେଶ୍ୱର ପୁହାଣ,ଗୌରୀଶଙ୍କର ମହାପାତ୍ର, ସୂର୍ଯ୍ୟମଣି ଧଳ, ଘନଶ୍ୟାମ ବେହେରା,ପ୍ରିୟରଞ୍ଜନ ଦାସ,ଅରକ୍ଷିତ ଦାସ ଅବଦୁଲ ହମିଦ, ଗୌରାଙ୍ଗ ସାହୁ, ସୁବାସ ଦାସ, ବିଷ୍ଣୁ ଚରଣ ବେହେରା,କୃପାମୟ ବେହେରା, ଅଶୋକ ବେହେରା, କୈଳାଶ ଦାସ,ଭାଗ୍ୟଧର ସାହୁ, ତ୍ରିଲୋଚନ ସାହୁ, ଅବଦୁଲ ମନାନ, ପ୍ରମୁଖ ପରିଚାଳନା କରିଥିଲେ ।

Leave a Reply

Your email address will not be published. Required fields are marked *