ଇଣ୍ଡୋନେସିଆ କୁ ଐତିହାସିକ ବାଲିଯାତ୍ରା ର ସହଯୋଗୀ ରାଷ୍ଟ୍ର ଘୋଷଣା, ପ୍ରସ୍ତୁତି ରେ ବର୍ଷା ସାଜିଛି ବାଧକ

କଟକ ସଦର, ୩୦/୧୦/୨୦୨୫(ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): ନଭେମ୍ବର ୫ ତାରିଖରୁ ଆରମ୍ଭ ହେବାକୁ ଯାଉଛି ଐତିହାସିକ କଟକ ବାଲିଯାତ୍ରା। ଓଡ଼ିଶାର ସର୍ବବୃହତ ତଥା ଦକ୍ଷିଣପୂର୍ବ ଏସିଆ ର ବୃହତ ବାଣିଜ୍ୟ ମେଳା।

ପୂରାତନ କଳିଙ୍ଗ ଏବେର ଓଡ଼ିଶା ସହ କାଳ କାଳରୁ ରହିଛି ଇଣ୍ଡୋନେସିଆ (ବାଲି)ର ସମ୍ପର୍କ। ଏହାକୁ ଉଦ୍ ଜିବୀତ ରଖିବା ପାଇଁ ଉକ୍ତ ସାଂସ୍କୃତିକ ମେଳାର ସହଯୋଗୀ ରାଷ୍ଟ୍ର ଭାବେ ଇଣ୍ଡୋନେସିଆକୁ ଘୋଷଣା କରାଯାଇଛି। ଅନ୍ୟପକ୍ଷରେ ବାଲିଯାତ୍ରା କୁ ଆଉ ମାତ୍ର ୫ ଦିନ ଥିବା ବେଳେ ପ୍ରସ୍ତୁତିରେ ବାଧକ ସାଜିଛି ଲଗାଣ ବର୍ଷା।

ଏଥିପାଇଁ ତଳ ପଡ଼ିଆରେ ବର୍ଷା ପାଣି ଲହଡ଼ା ମାରୁଛି। ସେଥିରେ ଆଗକୁ ଆଉ ଗୋଟିଏ ଲଘୁଚାପ ଆସୁଥିବା ଜଣାପଡିବା ପରେ ବ୍ୟବସାୟ ପାଇଁ ବାହାର ରାଜ୍ୟରୁ ଆସିଥିବା ବ୍ୟବସାୟୀମାନେ ଆଶା ଆଶଙ୍କାରେ ରହିଥିବା ଜଣାପଡିଛି। ସେଥିରେ ଫୁଟ୍ ଫାଥ୍ ରେ ବ୍ୟବସାୟ ପାଇଁ ଆସିଥିବା ବାହାର ରାଜ୍ୟର ଛୋଟ ଛୋଟ ବ୍ୟବସାୟୀ ମାନେ ବର୍ଷା ପାଇଁ ଦୂର୍ଦଶାରେ ରହିଛନ୍ତି। ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେବାକୁ ସାଧାରଣରେ  ଦାବି ହେଉଛି।

 

Leave a Reply

Your email address will not be published. Required fields are marked *