ସମାଜସେବୀ ରଘୁନାଥ ସାହୁଙ୍କ ଏକାଦଶାହ ତିଥିରେ ଶ୍ରଦ୍ଧାଞ୍ଜଳି

ପାଟକୁରା ୨୭/୧୦/୨୦୨୫ (ଓଡିଶା ସମାଚାର )- କେନ୍ଦ୍ରାପଡା ଜିଲ୍ଲା ବେଡାରୀ ଗ୍ରାମପଞ୍ଚାୟତ ଅଧୀନ କୁଳତୁଠି ଗ୍ରାମର ବିଶିଷ୍ଠ ସମାଜ ସେଵୀ ତଥା ପାରାଦ୍ୱୀପ ବନ୍ଦର ପ୍ରଶାସନର ଅବସର ପ୍ରାପ୍ତ କର୍ମଚାରୀ ରଘୁନାଥ ସାହୁଙ୍କ ଏକାଦଶାହ ତିଥିରେ ଅନେକ ଶୁଭେଛୁ ତାଙ୍କ କୁଳତୁଠୀ ସ୍ଥିତ ବାସଭବନ ରେ ଉପସ୍ଥିତ ରହି ସ୍ବର୍ଗତ ରଘୁନାଥ ସାହୁଙ୍କ ଫଟୋ ଚିତ୍ରରେ ପୁଷ୍ପାଞ୍ଜଳି ଦେଇ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ ଓ ତାଙ୍କ ଲୋକ ହିତକାରୀ ଜୀବନସମ୍ପର୍କରେ ସ୍ମୃତି ଚାରଣ କରିଥିଲେ ।

ପୂର୍ବତନ ସରପଞ୍ଚ ରବୀନ୍ଦ୍ର ନାଥ ବାରିକ, ପୂର୍ବତନ ସରପଞ୍ଚ ଗୋକୁଳାନନ୍ଦ ବେହେରା, ପୂର୍ବତନ ବ୍ଳକ ଅଧ୍ୟକ୍ଷ ଦିଲ୍ଲୀପ ସାହୁ, ସମାଜସେବୀ ସୁରେଶ ଚନ୍ଦ୍ର ମିଶ୍ର ପ୍ରମୁଖ ପୁଷ୍ପାଞ୍ଜଳି ଦେଇ ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ । ବେଡାରୀ ଅବସରପ୍ରାପ୍ତ କର୍ମଚାରୀ ସଂଘ ତରଫରୁ ମଧ୍ୟ ତାଙ୍କୁ ଶ୍ରଦ୍ଧାଶୁମନ ଅର୍ପଣ କରାଯାଇଥିଲାl ।

ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଧିରେନ କୁମାର ଜେନା, ଅବସର ପ୍ରାପ୍ତ ପ୍ରଧାନଶିକ୍ଷକ ପୂର୍ଣଚନ୍ଦ୍ର ଜେନା, ଶିକ୍ଷାବିତ ଅରକ୍ଷିତ ବେହେରା, ଅବସରପ୍ରାପ୍ତ ଭେଷଜବିତ୍ତ ଧ୍ରୁବ ଚରଣ ସାହୁ, ଅବସରପ୍ରାପ୍ତ ସେକ୍ସନ ଅଫିସର ଧ୍ରୁବ ଚରଣ ସାହୁ,ଅବସର ପ୍ରାପ୍ତ ପ୍ରାଣୀଧାନ ନିରୀକ୍ଷକ ଗୌରାଙ୍ଗ ଚରଣ ସାହୁ,ଅବସର ପ୍ରାପ୍ତ ଥର୍ମାଲ ସହଯୋଗୀ ଗୌରାଙ୍ଗ ଚରଣ ବିଶ୍ୱାଳ, ଅବସରପ୍ରାପ୍ତ ସ୍ୱାସ୍ଥ୍ୟ ନିରୀକ୍ଷକ ଦୟାନିଧି ମଲ୍ଲ, ଶିକ୍ଷାବିତ ତଥା ସାମ୍ବାଦିକ ସୁବାସ ଚନ୍ଦ୍ର ଖୁଣ୍ଟିଆ,ଅବସରପ୍ରାପ୍ତ କ୍ରୀଡା ପ୍ରଶିକ୍ଷକ ରଂଜିତ କୁମାର ମହାନ୍ତି, ଅବସରପ୍ରାପ୍ତ ଦୂରଦର୍ଶନ ସହଯୋଗୀ ବିଜୟ କୁମାର ଓଝା,ଅବସରପ୍ରାପ୍ତ ସ୍ୱାସ୍ଥ୍ୟ ସହଯୋଗୀ ବୀରକିଶୋର ବାରିକ, ଅବସରପ୍ରାପ୍ତ ବନ୍ଦର ସ୍ୱାସ୍ଥ୍ୟ ସହଯୋଗୀ ଗଣେଶ୍ୱର ସାହୁ, ଅବସରପ୍ରାପ୍ତ ବେଙ୍ଗଲ କେମିକାଲ କର୍ମଚାରୀ ଆଦିକନ୍ଦ ଦାଶ ଙ୍କ ସମେତ ଅନେକ ଅବସରପ୍ରାପ୍ତ କର୍ମଚାରୀ ମାନେ ପୁଷ୍ପାଞ୍ଜଳି ଦେଇ ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ ।  ପୁତ୍ର ଅମର ସାହୁ,ମିଲନ ସାହୁ,ନବଘନ ସାହୁ ମଧ୍ୟ ପିତା ରଘୁନାଥ ଙ୍କ ଫଟୋ ଚିତ୍ରରେ ପୁଷ୍ପାଞ୍ଜଳି ଦେଇଥିଲେ ଓ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ  ।

Leave a Reply

Your email address will not be published. Required fields are marked *