ଜାତୀୟ ରାଜପଥରେ ଦୁର୍ଘଟଣା: ନାବାଳକ, ୮ଆଶାକର୍ମୀ ସମେତ ୧୦ଗୁରୁତର ଆହତ

ଖୋର୍ଦ୍ଧା, ୦୨/୦୧/୨୦୨ ୪ (ଓଡ଼ିଶା ସମାଚାର /ହିମାଂଶୁ ଭୁଷଣ ଚମ୍ପତିରାୟ) – କୁହୁଡି ହେଲା କାଳ । ୧୬ନମ୍ବର ଜାତୀୟ ରାଜପଥ ହରିକୁଣ୍ଡବରଡ଼ି ନିକଟରେ ଭାରସାମ୍ୟ ହରାଇ ଯାତ୍ରୀବାହି ବୋଲେରୋ ଓଲଟି ୮ଜଣ ଆଶା କର୍ମୀଙ୍କ ସହ ଜଣେ ନାବାଳିକା ଓ ବୋଲେରୋ ଚାଳକ ଗୁରୁତର ଆହତ ହୋଇଛନ୍ତି । ଖବର ପାଇ ଚିଲିକା ଅଗ୍ନିଶମ ବାହିନୀ ର କର୍ମଚାରୀମାନେ ଘଟଣା ସ୍ଥଳରେ ପହଞ୍ଚି ଗୁରୁତର ଆହତ ମାନଙ୍କୁ ଉଦ୍ଧାର କରି ଟାଙ୍ଗୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ରେ ଭର୍ତ୍ତି କରିଛନ୍ତି ।
ସୂଚନାଯୋଗ୍ୟ, ୮ଜଣ ମହିଳା ଆଶା କର୍ମୀଙ୍କ ସମେତ ସମସ୍ତେ ବୁଲା ବୁଲି ସାରି କୋରାପୁଟରୁ ଘରକୁ ଫେରୁଥିଲେ । ସମସ୍ତଙ୍କ ଘର ଯାଜପୁର ଜିଲ୍ଲା ହରିଦାସପୁର ଅଂଞ୍ଚଳରେ ବୋଲି ସୂଚନା ମିଳିଛି। ଟାଙ୍ଗୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ରେ ସମସ୍ତଙ୍କୁ ଆବଶ୍ୟକ ତ୍ୱରିତ ଚିକିତ୍ସା ଯୋଗାଇ ଦିଆଯାଇଛି । ପରେ ଗୁରୁତର ଆହତ ସମସ୍ତ ଆଶାକର୍ମୀ ମାନଙ୍କୁ ଅଧିକ ଚିକିତ୍ସା ପାଇଁ ଟାଙ୍ଗୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ରୁ ଭୁବନେଶ୍ୱର କୁ ସ୍ଥାନାନ୍ତର କରାଯାଇଥିବା ଜଣାଯାଇଛି।

Leave a Reply

Your email address will not be published. Required fields are marked *