ଖଲ୍ଲିକୋଟ ରେ ନବ ନିର୍ବାଚିତ ଓଡିଶା ଉଚ୍ଚ ନ୍ୟାୟଳୟ ର ବାର ସଭାପତି ଙ୍କୁ ସମ୍ବର୍ଦ୍ଧନା

ଖଲ୍ଲିକୋଟ,୧୨/୦୭/୨୦୨୬ (ଓଡ଼ିଶା ସମାଚାର)- ଗଞ୍ଜାମ ଜିଲ୍ଲା ର ଅଗ୍ରଣୀ ସାହିତ୍ୟ ଅନୁଷ୍ଠାନ ଦକ୍ଷିଣ ଓଡିଶା ସାହିତ୍ୟ ସମ୍ମିଳନୀ ତରଫରୁ ଏକ ସ୍ୱତନ୍ତ୍ର ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇ ଯାଇଛି ।  ଖଲ୍ଲିକୋଟ ସ୍ଥିତ ନୃସିଂହ କଲ୍ୟାଣ ମଣ୍ଡପ  ପରିସରରେ ଦକ୍ଷିଣ ଓଡିଶା ସାହିତ୍ୟ ସମ୍ମିଳନୀ ର ସଭାପତି ତଥା ବିପ୍ଲବୀ କବି ପ୍ରଶାନ୍ତ କୁମାର ମିଶ୍ର ଙ୍କ ପୌରାହିତ୍ୟ ରେ ଆୟୋଜିତ ସମ୍ବର୍ଦ୍ଧନା ସଭାରେ ଓଡିଶା ଉଚ୍ଚ ନ୍ୟାୟାଳୟ ର ନବ ନିର୍ବାଚିତ ଓକିଲ ସଂଘ ସଭାପତି  ଲଲାଟେନ୍ଦୁ ସାମନ୍ତରା ଙ୍କୁ ପ୍ରଶଂସା ପତ୍ର ଉପଢୌକନ ଓ ପୁଷ୍ପ ଗୁଛ ଦେଇ ସମ୍ବର୍ଦ୍ଧିତ କରାଯାଇ ଥିଲା ।

 ଏହି ଅବସର ରେ ଖଲ୍ଲିକୋଟ ସହର ର ବଣିକ ସଂଘ, ବରିଷ୍ଟ ନାଗରିକ ମଞ୍ଚ, ଖଲ୍ଲିକୋଟ ବାର ଆସୋସିଏସନ ସିନ୍ଧୁ ଉର୍ମି ସାହିତ୍ୟ  ସଂସଦ, ଖଲ୍ଲିକୋଟ ପ୍ରେସ କ୍ଲବ ଓ ଅବଦୁଲ କଲାମ ଜନ କଲ୍ୟାଣ ପରିଷଦ ସମେତ ବିଭିନ୍ନ ଅନୁଷ୍ଠାନ ମାନଙ୍କ ତରଫ ରୁ ଅଙ୍ଗବସ୍ତ୍ର ଓ ପୁଷ୍ପ ଗୁଛ ମାନ ପ୍ରଦାନ ସହ ସମ୍ବର୍ଦ୍ଧିତ କରାଯାଇ ଥିଲା ।  ଆୟୋଜିତ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ  ର ଅଭ୍ୟର୍ଥନା କମିଟି ସଭାପତି ରାମ ମୋହନ ପଣ୍ଡା ତାଙ୍କ ଭାଷଣ ରେ ଦକ୍ଷିଣ ଓଡିଶା ତଥା ଗଞ୍ଜାମ ଜିଲ୍ଲା ର ଜଣେ ବରିଷ୍ଟ ଆଇନଜୀବୀ ଙ୍କୁ ରାଜ୍ୟ ଉଚ୍ଚ ନ୍ୟାୟଳୟ ର ଓକିଲ ସଂଘ ର ସଭାପତି ଭାବେ ନିର୍ବାଚିତ ହୋଇ ଥିବାରୁ ଖଲ୍ଲିକୋଟ ବାସୀ ଗର୍ବିତ ଓ ଗୌରାବାନ୍ୱିତ ବୋଲି ପ୍ରକାଶ କରିଥିଲେ ।  ଅନ୍ୟମାନଙ୍କ ମଧ୍ୟରେ ନବୀନ ର ସମ୍ପାଦକ ରବି ରଥ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପ୍ରଚଳିତ ଆଇନ ବ୍ୟବସ୍ଥା ଉପରେ ଆଲୋକପାତ କରିଥିଲେ ଓ ଖଲ୍ଲିକୋଟ ଓକିଲ ସଂଘ ର ସଭାପତି ସନ୍ତୋଷ କୁମାର ମିଶ୍ର ସମେତ ପୁରୁଷୋତ୍ତମପୁର ଓକିଲ ସଂଘ ସଭାପତି ପ୍ରକାଶ ଚନ୍ଦ୍ର ତ୍ରିପାଠୀ, କବିସୂର୍ଯ୍ୟନଗର ବାର ସଭାପତି ସୁକୁମାର ସ୍ୱାଇଁ ଓ ଆସିକା ବାର ସଭାପତି ଛବିଳ ରାମ ମିଶ୍ର ସମେତ ଗଞ୍ଜାମ ଜିଲ୍ଲା ର ବିଭିନ୍ନ ବାର ମାନଙ୍କ ରୁ ବହୁ ଓକିଲ ମାନେ ଯୋଗ ଦେଇ ନବ ନିର୍ବାଚିତ ସଭାପତି ଶ୍ରୀ ସାମନ୍ତରା ଙ୍କୁ ଉଚ୍ଚସ୍ୱିତ ସମ୍ବର୍ଦ୍ଧନା ଜଣାଇଥିଲେ  ।

 ଦକ୍ଷିଣ ଓଡିଶା ସାହିତ୍ୟ ସମ୍ମିଳନୀ ର ମହାସଚିବ କବି ଦଣ୍ଡପାଣି ମହାପାତ୍ର  କାର୍ଯ୍ୟକ୍ରମ ର ଆଭିମୁଖ୍ୟ ସମ୍ପର୍କ ରେ ଆଲୋକପାତ କରି ମଞ୍ଚ ପରିଚାଳନା କରିଥିଲେ ।  ସମ୍ବର୍ଦ୍ଧିତ ପ୍ରତିଭା ଲଲାଟେନ୍ଦୁ ସାମନ୍ତରା ତାଙ୍କ ବକ୍ତବ୍ୟ ରେ ନୂତନ  ଯୁବ ପିଢ଼ି କୁ ଆସନ୍ତୁ ଗରିବ ମେଧାବୀ ଓକିଲ ମାନଙ୍କୁ  ଷ୍ଟାଇପେଣ୍ଡ ବ୍ୟବସ୍ଥା ପାଇଁ ସରକାରଙ୍କୁ ସୁପାରିଶ କରାଯାଇ ଥିବା ପ୍ରକାଶ କରିଥିଲେ । ଉକ୍ତ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ରେ ଖଲ୍ଲିକୋଟ ଆଞ୍ଚଳ ର  ବହୁ ବବୁଦ୍ଧିଜୀବୀ ପୁରୁଷ ମହିଳା କବି ସାହିତ୍ୟିକ ସମାଜସେବୀ ଓ ଦାସକାଠିଆ ଓ ସମେତ ଲୋକ କଳାକାର ମାନେ ଯୋଗ ଦେଇ ଅଂଶ ଗ୍ରହଣ କରିଥିଲେ ।

Leave a Reply

Your email address will not be published. Required fields are marked *