ବଡ଼ବିଲ,୧୩/୦୧/୨୦୨୫ (ଓଡ଼ିଶା ସମାଚାର)- ଚଳିତବର୍ଷ ଜାନୁଆରୀ ୧୫ ରୁ ୧୮ ତାରିଖ ୪ ଦିନ ଧରି ବଡ଼ବିଲ ମହୋତ୍ସବର ରୌପ୍ୟ ଜୟନ୍ତୀ ସମାରୋହ ଅନୁଷ୍ଠିତ ହେବ । ଏଥିପାଇଁ ସାଧାରଣ ଜନତାଙ୍କ ସମେତ ବିଭିନ୍ନ ମହଲରେ ଏହାକୁ ନେଇ ଉତ୍କଣ୍ଠା ପ୍ରକାଶ ପାଇଛି। ଜନସାଧାରଣଙ୍କ ଆଗ୍ରହକୁ ଦୃଷ୍ଟିରେ ରଖି ଏବର୍ଷ ମହା ଆଡ଼ମ୍ବରରେ ମହୋତ୍ସବ ଅନୁଷ୍ଠିତ ହେବାକୁ ଯାଉଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବଡ଼ବିଲ ମହୋତ୍ସବର ରୌପ୍ୟ ଜୟନ୍ତୀ ସମାରୋହର ଶୁଭ ଉଦଘାଟନ କରିବେ । ଅନ୍ୟ ମାନଙ୍କ ମଧ୍ୟରେ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ୍, ଜଙ୍ଗଲ ପରିବେଶ ମନ୍ତ୍ରୀ ଗଣେଶ ରାମ୍ ସିଂ ଖୁଣ୍ଟିଆଙ୍କ ସମେତ ବହୁ ମାନ୍ୟଗଣ୍ୟ ଅତିଥି ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି ।ଏଥିପାଇଁ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି । ପୁଷ୍ପ ପ୍ରଦର୍ଶନୀ, ପନିପରିବା ପ୍ରଦର୍ଶନୀ, ବାଲୁକା କଳା ଓ ବିଭିନ୍ନ କିସମର ପ୍ରାୟ ୧୦୦ଟି ଷ୍ଟଲ୍ ଏଠାରେ ଦେଖିବାକୁ ମିଳିବ । ଏଥିସହ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହେବ । ସ୍ଥାନୀୟ ଅଞ୍ଚଳରୁ, ଜିଲ୍ଲା ତଥା ଜିଲ୍ଲା ବାହାରୁ, ଓଲିଉଡ, ବଲିଉଡ୍ କଳାକାରମାନେ ମନୋରଞ୍ଜନ ପାଇଁ ନିମନ୍ତ୍ରିତ ହୋଇଛନ୍ତି । ଏନେଇ ମହୋତ୍ସବ କମିଟି ପକ୍ଷରୁ ସୂଚନା ଦିଆଯାଇଛି ।
ବଡ଼ବିଲ ମହୋତ୍ସବର ରୌପ୍ୟ ଜୟନ୍ତୀ ସମାରୋହ ୪ ଦିନ ଧରି ଅନୁଷ୍ଠିତ ହେବ । ଶୁଭ ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ ।
