ବିନୋଦ ବିହାରୀ ଙ୍କ ଗିରି ଗୋବର୍ଦ୍ଧନ ଯାତ୍ରା ମହାସମାରୋହରେ ପାଳିତ

ମାହାଙ୍ଗା,୨୩/୧୦/୨୦୨୫ (ଓଡିଶା ସମାଚାର /ଅଭୟ ଜେନା)-କଟକ ଜିଲ୍ଲା ମାହାଙ୍ଗା ବ୍ଲକ୍ ଉଷୁମା ପଂଚାୟତ ରଘୁନାଥ ନଗର ଗ୍ରାମରେ ପୂନ୍ୟ ତୋୟା ପବିତ୍ର ଜରିଆ ନଦୀ କୂଳରେ ଥିବା  ଶ୍ରୀ ଶ୍ରୀ ବିନୋଦ ବିହାରୀ ଙ୍କ ଗିରି ଗୋବର୍ଦ୍ଧନ ପୁଜା ବା ଅର୍ଣକୋଟ ଯାତ୍ରା ମହାସମାରୋହ ରେ ପାଳିତ ହୋଇଯାଇଛି । ଏହି ପରମ୍ପରା କାହିଁ କେଉଁ କାଳରୁ ରହି ଆସିଛି । ତେବେ ଚଳିତ ବର୍ଷ ଶ୍ରୀ ଶ୍ରୀ ଶ୍ରୀ ବିନୋଦ ବିହାରୀ ଙ୍କ ଗିରି ଗୋବର୍ଦ୍ଧନପୁଜା ବା ଅର୍ଣକୋଟ ଯାତ୍ରା ମଧ୍ୟ ପାଳନ ହୋଇଛି ହଜାର ହଜାର ଭକ୍ତଙ୍କ ଗହଣରେ ।  ଶ୍ରୀ ଶ୍ରୀ ବିନୋଦ ବିହାରୀ ଙ୍କ ପୂଜାର୍ଚ୍ଚନା ଜଗନ୍ନାଥ ସଂସ୍କୃତି ଅନୁସାରେ  ପୂଜାର୍ଚ୍ଚନା ଦୈନଦିନ କରାଯାଏ ।

ଯେହେତୁ ପବିତ୍ର ପୁଣ୍ୟର ମାସ କାର୍ତ୍ତିକ ମାସ ଚାଲିଥିବାରୁ ପ୍ରାତଃ ସମୟରୁ ବିନୋଦ ବିହାରୀ ଙ୍କ ମଙ୍ଗଳ ଆଳତି ଠାରୁ ରାତି ପ୍ରାୟ ୮ଟା ମଧ୍ୟରେ  ରାତ୍ରନୀତି ଓ ଆଳତି ଶେଷ ହୋଇ ଠାକୁରଙ୍କ ପହଡ଼ ପଡେ । ୩ ହଜାର ଭକ୍ତଙ୍କ ପ୍ରସାଦ ନିମନ୍ତେ ହୋଇଥିବା ଅନ୍ନ, ତରକାରୀ, କ୍ଷୀରି, ଡାଲମା, ବେସର, ମହୁର ଆଦି ଖାଦ୍ୟ ପ୍ରସାଦ ରୂପ ରେ ଶ୍ରୀ ଶ୍ରୀ ବିନୋଦ ବିହାରୀ ବିରାଜ ମାନ ହୁଅନ୍ତି । ଏହାପରେ ସେହି ସମୟରେ ପ୍ରାୟ ୪ ଥର ଆଳତି ହୋଇଥାଏ । ପୁଣି ରାତ୍ରୀରେ ରତ୍ନ ସିଂହାସନକୁ ବିଜେ କରି ରାତ୍ରି ଆଳତି କରାଯାଇ ଠାକୁର ଙ୍କ ପହଡ଼ ପଡେ । ଆଖପାଖ ଅଂଚଳର ପ୍ରାୟ ମୁଖ୍ୟ ମଠ ମାନଙ୍କର ମହନ୍ତ ଏବଂ ବୈଷ୍ଣବ ମାନଙ୍କୁ ନିମନ୍ତ୍ରଣ କରାଯାଇଥାଏ । ପ୍ରଥମେ ମହନ୍ତ ଓ ବୈଷ୍ଣବ ମାନେ ପ୍ରସାଦ ସେବନ ପରେ ଭକ୍ତମାନେ ପ୍ରସାଦ ସେବନ କରିଥାନ୍ତି ।

ପ୍ରାୟ ଆଖପାଖ ଅଞ୍ଚଳର ୩ ହଜାର ଭକ୍ତଙ୍କ ପାଇଁ ପ୍ରସାଦ ସେବନ କରିଥାନ୍ତି । ଏହି ଅର୍ନକୋଟ କାହିଁକି ପାଳନ କରାଯାଏ ତାହାର ତାତ୍ପର୍ଯ୍ୟ ହେଉଛି, ଦ୍ଵାପର ଯୁଗରେ ଭଗବାନ୍ ଶ୍ରୀ କୃଷ୍ଣ ଇନ୍ଦ୍ରଙ୍କ ଦର୍ପ ଦଳନ କରି ଗୋପପୁର ର ସମସ୍ତ ଗୋପାଳ ଓ ଗାଈ ଗୋରୁ ଙ୍କୁ ପ୍ରଚଣ୍ଡ ବୃଷ୍ଟିରୁ ରକ୍ଷା ନିମନ୍ତେ ଗିରି ଗୋବର୍ଦ୍ଧନ ପର୍ବତ କୁ ଭଗବାନ୍ ଶ୍ରୀ କୃଷ୍ଣ ବାମ ହାତର କନିଷ୍ଠ ଆଙ୍ଗୁଳି ରେ ଟେକି ରଖି ଗୋବଛା ଆଦି ସମସ୍ତ ଗୋପପୁର ବାସୀଙ୍କୁ ଭୟଂକର ବର୍ଷା ବଜ୍ରପାତ ରୁ ରକ୍ଷା କରିଥିଲେ । ସେହି ସମୟରେ ଇନ୍ଦ୍ରଦେବ ଙ୍କ ଗର୍ବ ଖଣ୍ଡନ କରିଥଲେ । ସେହି ପରମ୍ପରା କୁ ବଜାୟ ରଖିବା ପାଇଁ ଗିରି ଗୋବର୍ଦ୍ଧନ ପୁଜା ବା ଅର୍ନକୋଟ ନୀତି ପାଳନ କରାଯାଏ ।

Leave a Reply

Your email address will not be published. Required fields are marked *