କନ୍ଦରପୁର ଵଜାର କମିଟି ସାଧାରଣ ସଂପାଦକ ଙ୍କ ପରଲୋକ,ଶୋକର ଛାୟା 

କଟକ ସଦର,୧୯ /୯/୨୦୨୪ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): ସର୍ବପୁରାତନ କନ୍ଦରପୁର ଵଜାର କମିଟି ବିନାୟକ ସଂଘର ସାଧାରଣ ସଂପାଦକ ଜଟାଧାରୀ ସାହୁ(୮୧)ଙ୍କର ଆଜି ଗୁରୁବାର ସକାଳେ ତାଙ୍କ ଫକିରପଡା ବାସଭବନରେ ପରଲୋକ ହୋଇଯାଇଛି। ସିଏ ଜଣେ ଭଲ ସଂଗଠକ, ନିର୍ଭିକ ଓ ପରୋପକାରୀ ହୋଇଥିବାରୁ ତାଙ୍କ ମୃତ୍ୟୁ ଖଵର ଜଣାପଡିବା ପରେ ସ୍ଥାନୀୟ ଅଞ୍ଚଳ ସହିତ କନ୍ଦରପୁର ଵଜାରରେ ଶୋକର ଛାୟା ଖେଳିଯାଇଛି। ଖଵର ପାଇ କଟକ ସଦର ବିଧାୟକ ପ୍ରକାଶ ଚନ୍ଦ୍ର ସେଠୀ ତାଙ୍କ ବାସଭବନରେ ପହଞ୍ଚି ଶେଷ ଦର୍ଶନ କରିବା ସହିତ ଶଵାଧାରରେ ମାଲ୍ୟାର୍ପଣ କରି ଶ୍ରଦ୍ଧାଞ୍ଜଳୀ ଜଣାଇଥିଲେ। ଏଥିସହିତ ଅନେକ ବ୍ୟକ୍ତି ବିଶେଷଙ୍କ ସହିତ ଵଜାର କମିଟି ସଭାପତି ସ୍ମୃତି ରଞ୍ଜନ ପ୍ରଧାନ, ଅଜୟ ପ୍ରଧାନ, କାଳନ୍ଦୀ ସ୍ୱ।ଇଂ ପ୍ରମୁଖ ଶେଷ ଦର୍ଶନ କରି ମାଲ୍ୟାର୍ପଣ କରିଥିଲେ। ତାଙ୍କ ପାର୍ଥିବ ଶରୀରକୁ ଶୋଭାଯାତ୍ରାରେ ବଜାର ପରିକ୍ରମା କରାଯାଇ ଗ୍ରାମ୍ୟ ଶ୍ମଶାନରେ ଶେଷକୃତ୍ୟ ସମ୍ପନ୍ନ କରାଯାଇଥିବା ଜଣାପଡିଛି। ତାଙ୍କ ସମ୍ମାନାର୍ଥେ ଆସନ୍ତା କାଲି ଶୁକ୍ରବାର ଦିନ କନ୍ଦରପୁର ଵଜାରର ସମସ୍ତ ଵ୍ୟଵସାୟ ପ୍ରତିଷ୍ଠାନ ବନ୍ଦ ରହିବ ବୋଲି କମିଟି ପକ୍ଷରୁ ଜଣାଯାଇଛି।

Leave a Reply

Your email address will not be published. Required fields are marked *